କନକ ବ୍ୟୁରୋ : ଚାକିରି ଦେବା ଆଳରେ ମାଲକାନଗିରିର ନୀରିହ ପିଲାଙ୍କୁ କେମିତି ଠକୁଥିଲେ ରମେଶ ରାଉତ ଓ ତାଙ୍କପୂରାଟିମ। ତା’ର ଏକ୍ସକ୍ଲୁସିଭ ପ୍ରମାଣ ଏବେ କନକ ନ୍ୟୁଜ ହାତରେ ଲାଗିଛି। ନକଲି ଅଫର ଲେଟର ସାଙ୍ଗକୁ ପୂରା ବ୍ୟାଙ୍କ ଷ୍ଟେଟମେଣ୍ଟ ସାମ୍ନାକୁ ଆସିବା ପରେ ଏହି ମହାଦୁର୍ନୀତି ଉପରୁ ହଟୁଛି ପରଦା।

Advertisment

ନିଜକୁ ମିଶନ ଶକ୍ତିର ଓଏସଏସ ଅଧିକାରୀ ତଥା ସୁଜାତାଙ୍କ ଭାଇର ପରିଚୟ ଦେଇ କେମିତି ନିରୀହ ଲୋକଙ୍କୁ ଚୁନା ଲଗାଉଥିଲେ, ତା’ର ଏକ୍ସକ୍ଲୁସିଭ ପ୍ରମାଣ କନକ ନ୍ୟୁଜ ହାତରେ ଲାଗିଛି। ପିଲାଙ୍କୁ ଚାକିରି ଓ ବିଭିନ୍ନ ସରକାରୀ ଯୋଜନାରେ ଲାଭ ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଥିଲେ ରମେଶ। ଆଉ ତାଙ୍କୁ ଏଥିରେ ସହଯୋଗ କରୁଥିଲେ ସସ୍ମିତା ମାଝୀ ଓ ଜୀବନ ସାହୁ। 

ପ୍ରାୟ ୨ କୋଟି ୮୩ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ଜମା ହୋଇଥିବା ବେଳେ ଅତି ଚତୁରତାର ସହ ସବୁ ଟଙ୍କା ଜମା ଖାତାରୁ ଉଠାଣ ହୋଇଛି। ସସ୍ମିତା ମାଝୀ ଓ ତାଙ୍କ ସମ୍ପର୍କୀୟଙ୍କ ଜମାଖାତାରୁ ଲକ୍ଷ ଲକ୍ଷ ଟଙ୍କା ଏହି ଆକାଉଣ୍ଟରେ ଜମା ହୋଇଥିବା ବେଳେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଜୀବନ ସାହୁଙ୍କ ନାଁରେ ସର୍ବାଧିକ ଟଙ୍କା ଜମା ହୋଇଛି। ୨୦୨୩ ଜାନୁଆରୀ ମାସରୁ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଆସୁଥିବା ଷ୍ଟେଟମେଣ୍ଟରୁ ସ୍ପଷ୍ଟ ହୋଇଛି । ସେହିପରି ବିଦେଶୀ ମହାନ୍ତି ଓ ଭାଗ୍ୟଲକ୍ଷ୍ମୀ ମହାନ୍ତି, ୨୦୨୩ ଅକ୍ଟୋବରମାସରେ ୩ଟି କିସ୍ତିରେ ୫ଲକ୍ଷଟଙ୍କା ଦେଇଛନ୍ତି। ରାଜୀବ କୁମାର ବୈଜ ୪ ଲକ୍ଷ ୫୦ ହଜାର, ମହେନ୍ଦ୍ର କୁମାର ଚାର୍କୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ସମେତ ୫୦ରୁ ଊର୍ଦ୍ଧ୍ବନୂଆ ନୂଆ ନାଁରୁ ଟଙ୍କା ଆସି ଥିବା ଏହି ବ୍ୟାଙ୍କ ଷ୍ଟେଟମେଣ୍ଟରୁଜଣାପଡ଼ିଛି। 

ମାଲକାନଗିରି ଆରଟିଓ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କିନ୍ତୁ ଏହି ଚିଠି ନକଲି। ଆଉ ନିଯୁକ୍ତି ବି ନକଲି । ଖୋଦ ମାଲକାନାଗିରି ଆରଟିଓ ନିଯୁକ୍ତି ହୋଇନଥିବା ସ୍ପଷ୍ଟ କରିଛନ୍ତି ।  ଯଦିଓ ଘଟଣାରେ ସସ୍ମିତାଙ୍କୁ ଗିରଫ କରାଯାଇଛି, କିନ୍ତୁ ମୁଖ୍ୟ କାର୍ପଟଦାର କିଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।