କନକ ବ୍ୟୁରୋ : ବୟସର ଅପରାହ୍ନରେ ବୁଢ଼ା ଶଙ୍ଖାରି ରମେଶ ମଉସା । ବୟସ ୭୦ ଛୁଇଁଲାଣି । ଦିନେ ଏ ଗାଁରୁ ସେ ଗାଁ ନବୁଲିଲେ ଘରେ ଚୁଲି ଜଳେନି । ପରିବାର କହିଲେ ବୟସ୍କା ପତ୍ନୀ ଆ ସେ । ଚାଷ ଜମି ଗୁଣ୍ଠେ ନାହିଁ । ସକାଳ ପାଇଲେ ଗୋଟିଏ ଭଙ୍ଗା ସାଇକେଲ ଯୋଗେ ଚାଲିଚାଲି ୫ ରୁ ୧୦ଟି ଗାଁ ବୁଲି କାଚ ଓ ଶଙ୍ଖା ବିକ୍ରି କରନ୍ତି ।
ଗୋପ ବ୍ଲକ ଅନ୍ତର୍ଗତ ଯୋଗେଶ୍ୱର ଗାଁର ରମେଶ ଚନ୍ଦ୍ର ନନ୍ଦୀ ୨୦ ବର୍ଷ ବୟସରୁ ଏହି ବେପାର କରୁଛନ୍ତି । ତାଙ୍କର ଏକ ମାତ୍ର ଝିଅକୁ ବାହା ଦେବା ପରେ ସାହାର ବୋଲି କେହିନାହିଁ । କାଚ ଓ ଶଙ୍ଖା ବିକ୍ରି କରି ଯାହା ରୋଜଗାର ହୁଏ ତା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଟଙ୍କାରେ ସଂସାର ଚଳିଥାଏ । ଯଦି ସରକାରଙ୍କ ପକ୍ଷରୁ ଆଉ କିଛି ସାହାଯ୍ୟ ଓ ସହଯୋଗ ମିଳିନ୍ତା ମିଳେ ତା ହେଲେ ବୟସର ଅପରାହ୍ନରେ ପାଦ ଥାପିଥିବା ରମେଶ ମଉସାଙ୍କ ପରିବାର ଭଲରେ ରୁହନ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/25/TzOL256gZyiwKZUhSQOF.jpg)