କନକ ବ୍ୟୁରୋ: ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଏବଂ ଧର୍ମର ମାସ ହେଉଛି କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଏହି ମାସରେ ଧର୍ମ କଲେ ପୁଣ୍ୟ ମିଳେ। ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି । ଅନେକ ପରମ୍ପରା ହଜିଯାଇଛି । କିନ୍ତୁ ଆଜିବି କାର୍ତ୍ତିକ ମାସରେ ପ୍ରତ୍ୟେକଟି ଓଡ଼ିଆ ପାଳନ କରୁଛି ଡ଼ଙ୍ଗା ଭସା। ଆଉ ସେଥିପାଇଁ ଡ଼ଙ୍ଗା ତିଆରି କାର୍ଯ୍ୟରେ ବ୍ୟସ୍ତ ଡ଼ଙ୍ଗା କାରିଗର ।

Advertisment

ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ନୌ-ଯାତ୍ରା କରିଥାନ୍ତି । ସେହି ଇତିହାସର ବାର୍ତ୍ତାବହନ କରେ ଆମ ଡଙ୍ଗା ଭସରା ପରମ୍ପରା । ବଡ଼ି ଭୋରୁ ଉଠି ଲୋକମାନେ ନଦୀ, ନାଳ, ପୋଖରୀରେ ଡଙ୍ଗା ଭସାଇଥାନ୍ତି । ଆଗରୁ ଲୋକେ କଦଳୀ ପାଟୁଙ୍ଗାରେ ଡ଼ଙ୍ଗା କରି ଭସାଉଥିଲେ। ଏବେ କାଗଜ, ସୋଲ ଡ଼ଙ୍ଗା ଭସାଉଛନ୍ତି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଡ଼ଙ୍ଗା ତଆରି କରି ବଜାରରେ ବିକ୍ରି କରୁଛନ୍ତି ଖୋର୍ଦ୍ଧାର ଲଡୁ କିଶୋର।

୨୫ବର୍ଷ ହେବ ଡ଼ଙ୍ଗା ତିଆରି କରୁଛନ୍ତି । କାର୍ତ୍ତିକ ମାସର ୬ମାସ ପୂର୍ବରୁ ଡ଼ଙ୍ଗା ତିଆରିରେ ଲାଗିପଡ଼ନ୍ତି ଲଡ଼ୁ କିଶୋର। ସେ ତିଆରି କରୁଥିବା ଡଙ୍ଗା ଦର ୫ ଟଙ୍କାରୁ ୩ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି । ଜାହାଜ ଡ଼ଙ୍ଗା, ବିଭିନ୍ନ ଆଲୋକ ଖଚିତ ଡ଼ଙ୍ଗା, ବୋଟ ଓ ମଟର ଡ଼ଙ୍ଗା ଆଦି ପ୍ରସ୍ତୁତ କରିଛନ୍ତି । ଏହି ଡଙ୍ଗା ସବୁ ଭୁବନେଶ୍ୱର, କଟକ, ନୟାଗଡ଼ରେ ବିକ୍ରି ହୋଇଥାଏ ।

ପିଲାବେଳୁ ଲଡୁ କିଶୋରଙ୍କର ଡ଼ଙ୍ଗା ତିଆରି ପ୍ରତି ବହୁତ ଆଗ୍ରହ ଥିଲା । ନିଜ କଳାକୁ ବ୍ୟବସାୟର ରୂପ ଦେଇଛନ୍ତି ।