କନକ ବ୍ୟୁରୋ: ପୂର୍ବତନ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ରାବଣ ଉପାଖ୍ୟାନ। ବିଜେଡି ନାଁ ନନେଇ ରାବଣ ବୋଲି କଟାକ୍ଷ କରିଛନ୍ତି ବସନ୍ତ । କହିଛନ୍ତି, ରାବଣ ବି ଦିନେ ଭାବୁଥିଲା, ମୁଁ ରହିବି ଆଉ କେହି ରହିବେ ନାହିଁ । ଠିକ୍ ସେହିଭଳି ପୂର୍ବ ସରକାରକୁ କେହି ପରାଜିତ କରିପାରିବେ ନାହିଁ ବୋଲି ଚିନ୍ତାଧାରା ସେମାନଙ୍କ ନେତାଙ୍କ ମନରେ ଆସିଥିଲା । ଲୋକ ଦେଖିଲେ, ଅନୁଭବ ବି କଲେ କେମିତି ରାବଣ ପ୍ରକୃତରେ ଓଡିଶାକୁ ଲୁଣ୍ଠନ କରିଚାଲିଛି । ଦୁର୍ନୀତି ବଢିଚାଲିବା ପରେ ସମସ୍ତେ ଅନୁଭବ କଲେ, ତେଣୁ ସରକାର ପରିବର୍ତ୍ତନ କଲେ ବୋଲି ବସନ୍ତ ପଣ୍ଡା ବାଣ ମାରିଛନ୍ତି ।
ତେବେ ରାବଣ କିଏ ବୋଲି ପ୍ରଶ୍ନ ପଚାରିବାରୁ ବସନ୍ତ ପଣ୍ଡା କହିଛନ୍ତି, ‘ଯିଏ ମୁଖ୍ୟ ଭୂମିକାରେ ଥାଏ ତାର ଅନେକ ନାମ ଅଛି । ମୁଁ କାହାକୁ ଆକ୍ଷେପ କରିବି ନାହିଁ । ନବୀନ ବାବୁ ଜଣେ ବରିଷ୍ଠ ଲୋକ କିନ୍ତୁ ବାରମ୍ବାର କହିଛି ଅନ୍ଧ, ମୁକ, ବଧିର ଧୃତରାଷ୍ଟ୍ର । ସେହିପରି ରାମ କିଏ ବୋଲି ସାମ୍ବାଦିକ ମାନେ ପଚାରିବାରୁ ବସନ୍ତ କହିଛନ୍ତି, ସଙ୍ଗଠନ ହିଁ ରାମ ସ୍ୱରୂପ ନିଏ । ଗଣତନ୍ତ୍ରରେ ସେ ପାୱାର ଅଛି । ଯାହାର ଇଗୋ ବଢ଼ିଯିବ, ତାକୁ ଦଣ୍ଡ ଦେବା ପାଇଁ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଆସିବ, ମୂଲ୍ୟାଙ୍କନ ହେବ ଏବଂ ସେ ପ୍ରକାର ମୂଲ୍ୟାଙ୍କନ ଲୋକେ କରିଥିବା ବସନ୍ତ ପଣ୍ଡା କହିଛନ୍ତି।
Follow Us