କନକ ବ୍ୟୁରୋ : ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ସୂତ୍ରଧର ତଥା ପୂର୍ବତନ ସାଂସଦ ଡକ୍ଟର ରାମବିଳାସ ଦାସ ବେଦାନ୍ତୀଙ୍କର ପରଲୋକ । ମଧ୍ୟପ୍ରଦେଶର ରିୱାଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ଖବର ମିଳିବା ମାତ୍ରେ ଅଯୋଧ୍ୟା ସମେତ ସମଗ୍ର ସନ୍ଥ ସମାଜ ଏବଂ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାମବିଳାସ ବେଦାନ୍ତୀ ଗତ କିଛି ଦିନ ଧରି ରିୱା ଗସ୍ତରେ ଥିଲେ । ଏହି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା, ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ସୋମବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପାର୍ଥିବ ଶରୀରକୁ ଖୁବ୍ଶୀଘ୍ର ତାଙ୍କ ଅନୁଗାମୀ ଓ ସହଯୋଗୀମାନଙ୍କ ଦ୍ୱାରା ଅଯୋଧ୍ୟା ନିଆଯିବ । ଅଯୋଧ୍ୟାରେ ଅନ୍ତିମ ଦର୍ଶନ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ରାମବିଳାସ ବେଦାନ୍ତୀ ୭ ଅକ୍ଟୋବର ୧୯୫୮ରେ ମଧ୍ୟପ୍ରଦେଶର ରିୱା ଜିଲ୍ଲାର ଗୁଢୱା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଦ୍ୱାଦଶ ଲୋକସଭାରେ ଉତ୍ତରପ୍ରଦେଶର ପ୍ରତାପଗଡରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ୧୯୯୬ରେ ସେ ମାଛଲିଶହର ଆସନରୁ ମଧ୍ୟ ସାଂସଦ ରହିଥିଲେ । ୬ ଡିସେମ୍ବର ୧୯୯୨ରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେ ଯେଉଁ ନେତାମାନଙ୍କ ବିରୋଧରେ ମାମଲା ଚାଲିଥିଲା, ସେମାନଙ୍କ ମଧ୍ୟରେ ଡକ୍ଟର ବେଦାନ୍ତୀଙ୍କ ନାମ ମଧ୍ୟ ସାମିଲ ଥିଲା । ଯଦିଓ ପରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।
ଅଧିକ ପଢ଼ନ୍ତୁ--ଆଜିଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦେଶ ଗସ୍ତ: ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ
ରାମ ଜନ୍ମଭୂମି ଆନ୍ଦୋଳନକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ବେଦାନ୍ତୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ କେବଳ ସଂସଦରେ ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱର ଉତ୍ତୋଳନ କରିନଥିଲେ, ବରଂ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ନେତୃତ୍ୱ ମଧ୍ୟ ନେଇଥିଲେ । ସେ ଜଣେ ଏପରି ନେତା ଥିଲେ ଯିଏ ସର୍ବଦା ଧର୍ମ ଏବଂ ସଂସ୍କୃତିର ରକ୍ଷା ପାଇଁ ଲଢେଇ କରୁଥିଲେ । ତାଙ୍କ ନେତୃତ୍ୱରେ ଅନେକ ଲୋକ ଅନୁପ୍ରାଣିତ ହୋଇଥିଲେ । ବେଦାନ୍ତୀଙ୍କ ବିୟୋଗ ନିଶ୍ଚିତ ଭାବରେ ଏକ ଅପୂରଣୀୟ କ୍ଷତି, କିନ୍ତୁ ରାମ ମନ୍ଦିର ଆନ୍ଦୋଳନ ତଥା ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/15/ram-vilas-vedanti-passes-away-2025-12-15-16-12-49.jpg)