୫ ବର୍ଷରେ ତିଆରି ହେଲା ପୁରୁଷୋତ୍ତମଙ୍କ ମନ୍ଦିର ; ଜାଣନ୍ତୁ ମନ୍ଦିର ଭିତରେ କ'ଣ କ'ଣ ଅଛି ?

ଏବେ ମୁଖ୍ୟମନ୍ଦିର ସହ ମନ୍ଦିର ପରିସରରେ ଥିବା ସମସ୍ତ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରାମ ମନ୍ଦିର ସହିତ ଏହାର ପରିସରରେ ନିର୍ମାଣ ହେଉଥିବା ସମସ୍ତ ମୁଖ୍ୟ ମନ୍ଦିର ଯଥା- ଭଗବାନ ଶିବ, ପ୍ରଭୁ ଗଣେଶ, ସଙ୍କଟ ମୋଚକ ହନୁମାନ, ସୂର୍ଯ୍ୟ ଦେବ, ମାତା ଭଗବତୀ, ମାତା ଅନ୍ନପୂର୍ଣ୍ଣା ଏବଂ ଶେଷାବତାର ମନ୍ଦିର  ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି ।

Ram Temple

Ram Temple Photograph: (Kanak News)

କନକ ବ୍ୟୁରୋ : ଶେଷରେ ସମ୍ପୂର୍ଣ୍ଣ ହେଲା ମର୍ଯ୍ୟାଦା ପୁରୁଷ ଶ୍ରୀରାମ ମନ୍ଦିରର ହୋଇଛି ଧ୍ୱଜାରୋହଣ । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଧ୍ୱଜାରୋହଣ କରିଛନ୍ତି । ଦୀର୍ଘ ୫ ବର୍ଷ ତପରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ । ଗତ ୨୦୨୪ ଜାନୁଆରି ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଏବେ ମୁଖ୍ୟମନ୍ଦିର ସହ ମନ୍ଦିର ପରିସରରେ ଥିବା ସମସ୍ତ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ରାମ ମନ୍ଦିର ସହିତ ଏହାର ପରିସରରେ ନିର୍ମାଣ ହେଉଥିବା ସମସ୍ତ ମୁଖ୍ୟ ମନ୍ଦିର ଯଥା- ଭଗବାନ ଶିବ, ପ୍ରଭୁ ଗଣେଶ, ସଙ୍କଟ ମୋଚକ ହନୁମାନ, ସୂର୍ଯ୍ୟ ଦେବ, ମାତା ଭଗବତୀ, ମାତା ଅନ୍ନପୂର୍ଣ୍ଣା ଏବଂ ଶେଷାବତାର ମନ୍ଦିର  ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି । 

ସମସ୍ତ ମନ୍ଦିର ଉପରେ ସ୍ଥାପନ କରାଯାଇଛି ଧ୍ୱଜ ଦଣ୍ଡ ଏବଂ କଳସ । ସପ୍ତ ମଣ୍ଡପରେ ଥିବା ସମସ୍ତ ମନ୍ଦିର, ମହର୍ଷି ବାଲ୍ମୀକି, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ, ମାତା ଶବରୀ ଏବଂ ମାତା ଅହଲ୍ୟାଙ୍କ ମନ୍ଦିର ରହିଛି, ଯାହାର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏହା ବ୍ୟତୀତ ସ୍ଥାପିତ ହୋଇସାରିଛି ସନ୍ଥ ତୁଳସୀଦାସ, ଜଟାୟୁ ଏବଂ ଗୁଣ୍ଡୁଚିଙ୍କ ପ୍ରତିମା । ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ମନ୍ଦିରଟି ୨.୭ ଏକର ଜମିରେ ନିର୍ମିତ ହୋଇଥିବାବେଳେ, ଏହାର ମୋଟ ନିର୍ମାଣ କ୍ଷେତ୍ରଫଳ ପ୍ରାୟ ୫୭ ହଜାର ୪୦୦ ବର୍ଗ ଫୁଟ୍ ରହିଛି । ବର୍ତ୍ତମାନ ସମଗ୍ର ମନ୍ଦିର ପରିସର ପ୍ରାୟ ୭୦ ଏକର ସ୍ଥାନରେ ପରିବ୍ୟାପ୍ତ । ତେବେ ଭବିଷ୍ୟତରେ ଏହି ପରିସରକୁ ୧୦୭ ଏକର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାର ଯୋଜନା ମଧ୍ୟ ରହିଛି ।

ଅଧିକ ପଢ଼ନ୍ତୁ--ରାମ ମନ୍ଦିର ଶିଖରରେ ସ୍ଥାପନ ହେଲା ଧର୍ମ ଧ୍ୱଜା? ଧ୍ୱଜାରେ ଥିବା ଏହି ଗଛ ବିଷୟରେ ଜାଣିଛନ୍ତି କି?

ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶ୍ରଦ୍ଧାଳୁଙ୍କ ସୁବିଧା ଓ ବ୍ୟବସ୍ଥା ସହ ଜଡ଼ିତ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଅନ୍ୟପକ୍ଷରେ, ମାନଚିତ୍ର ଅନୁଯାୟୀ ରାସ୍ତା ଏବଂ ଚଟାଣରେ ପଥର ଲଗାଇବା କାର୍ଯ୍ୟ ଏଲ୍ ଆଣ୍ଡ୍ ଟି ଦ୍ୱାରା କରାଯାଉଛି । ଏହା ସହିତ ଭୂମି ସୌନ୍ଦର୍ଯ୍ୟକରଣ ଏବଂ ସବୁଜିମା କାର୍ଯ୍ୟ ଏବେ ବି ଜାରି ରହିଛି । ସେହିପରି ୧୦ ଏକର ସ୍ଥାନରେ ପଞ୍ଚବଟୀ ନିର୍ମାଣ କାର୍ଯ୍ୟ ଜିଏମ୍ଆର୍ କମ୍ପାନି ଦ୍ୱାରା ଦ୍ରୁତ ଗତିରେ କରାଯାଉଛି । ଏହି  ସବୁ କାର୍ଯ୍ୟ ମନ୍ଦିର ସହ ସିଧାସଳଖ ଜଡ଼ିତ ନୁହେଁ । ଏହି କ୍ରମରେ ଶ୍ରଦ୍ଧାଳୁଙ୍କ  ସହ ସିଧାସଳଖ ସମ୍ପର୍କ ନଥିବା କାର୍ଯ୍ୟଗୁଡ଼ିକ ଯଥା ପରିସରର ୩.୫ କିଲୋମିଟର ଦୀର୍ଘ ପାଚେରୀ, ଟ୍ରଷ୍ଟ କାର୍ଯ୍ୟାଳୟ, ଅତିଥି ଭବନ ଏବଂ ଭବ୍ୟ ଅଡିଟୋରିୟମ୍ ନିର୍ମାଣ କାର୍ଯ୍ୟକୁ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । 

ଆହୁରି ପଢ଼ନ୍ତୁ : ନୀତିଶ କ୍ୟାବିନେଟର ବଡ଼ ନିଷ୍ପତ୍ତି; ଆଗାମୀ ୫ ବର୍ଷରେ ୧ କୋଟି ଚାକିରି, ବିହାର ହେବ ଟେକ୍ ହବ୍

ଆଜି(ମଙ୍ଗଳବାର) ନଭେମ୍ବର ୨୫ ତାରିଖରେ ଅଯୋଧ୍ୟା ମନ୍ଦିରରେ ଧ୍ୱଜାରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୧୦ ହଜାର  ଅତିଥିଙ୍କ ଅଯୋଧ୍ୟାରେ ଉପସ୍ଥିତ ରହିଥିଲେ । ନଭେମ୍ବର ୨୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିରରୁ ମନ୍ଦିରର ପୂର୍ଣ୍ଣତାର ବାର୍ତ୍ତା ଦେଇଥିଲେ, ଯାହା ବିଶ୍ୱରେ ଥିବା ସମସ୍ତ ରାମ ଭକ୍ତଙ୍କୁ ଉତ୍ସାହିତ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe