ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଧମକ । ଥାନାରେ ରୁଜୁ ହେଲା ମାମଲା ।

Advertisment

ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ମନ୍ଦିରର ସୁରକ୍ଷା ବଢାଇବାକୁ ଦେଲେ ଚେତାବନୀ । ଏନେଇ ଅଯୋଧ୍ୟାର ସାଇବର ଥାନାରେ ଏଫଆଇଆର ରୁଜୁ ହେଇଛି

ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ମନ୍ଦିରର ସୁରକ୍ଷା ବଢାଇବାକୁ ଦେଲେ ଚେତାବନୀ । ଏନେଇ ଅଯୋଧ୍ୟାର ସାଇବର ଥାନାରେ ଏଫଆଇଆର ରୁଜୁ ହେଇଛି

ବୋମାରେ ଉଡ଼ାଇଦେବାକୁ ଧମକ

ବୋମାରେ ଉଡ଼ାଇଦେବାକୁ ଧମକ Photograph: (KanakNews )

କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ମନ୍ଦିରର ସୁରକ୍ଷା ବଢାଇବାକୁ ଦେଲେ ଚେତାବନୀ । ଏନେଇ ଅଯୋଧ୍ୟାର ସାଇବର ଥାନାରେ ଏଫଆଇଆର ରୁଜୁ ହେଇଛି । ଏହାସହ ମନ୍ଦିରର ମଧ୍ୟ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ, ଅଯୋଧ୍ୟାର ରାମ ଜନ୍ମଭୂମି ନ୍ୟାସ ଏବଂ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି । ଏହି ମେଲ୍ ସୋମବାର ରାତିରେ ପଠାଯାଇଥିଲା, ଯେଉଁଥିରେ ରାମ ମନ୍ଦିରର ସୁରକ୍ଷା ବୃଦ୍ଧି କରିବାକୁ ଚେତାବନୀ ଦିଆଯାଇଥିଲା। ଡାକରେ ଲେଖାଯାଇଥିଲା, 'ମନ୍ଦିରର ସୁରକ୍ଷା ବୃଦ୍ଧି କର' । ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ, ରାମ ମନ୍ଦିର ଟ୍ରଷ୍ଟ ଅଯୋଧ୍ୟାର ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe