କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ରାମନଗରୀରେ ଉତ୍ସବର ମାହୋଲ। ସକାଳୁ ସକାଳୁ ଅଯୋଧ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ନଜର ଆସିଛି। ଗତ ବର୍ଷ ଜାନୁଆରୀ ୨୨ ତାରିଖରେ ଭବ୍ୟ ଆୟୋଜନରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ତିଥି ଅନୁଯାୟୀ ପ୍ରାଣ ପ୍ରତିଷ୍ଠାକୁ ଆଜି ଗୋଟିଏ ବର୍ଷ ପୂରଣ ହେଉଛି। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।
ରାମଲାଲାଙ୍କ ପ୍ରତିଷ୍ଠାକୁ ପୁରିଲା ବର୍ଷେ ; ଅଯୋଧ୍ୟାରେ ଉତ୍ସବର ମାହୋଲ
Advertisment
Follow Us