ମେଦବହୁଳତା ଏବଂ ଡାଏବେଟିସ୍ ଏ ଦୁଇଟି ଏମିତି ସମସ୍ୟା ଯାହା ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ପ୍ରବେଶ କରିଛି । ମୋଟାପଣ ଡାଏବେଟିସକୁ ନିମନ୍ତ୍ରଣ କରିଥାଏ ଏବଂ ଡାଏବେଟିସ୍ ମୋଟାପଣକୁ । ଏହା ଏମିତି ଏକ ଚକ୍ର ଯେଉଁଥିରୁ ମୁକୁଳିବା ଭାରି କାଠିକର ପାଠ । ଟେଲିଭିଜନ୍ ଷ୍ଟାର୍ ରାମ୍ କପୁରଙ୍କ କାହାଣୀ ଏହାର ଜ୍ବଳନ୍ତ ଉଦାହରଣ ।
ଡାଏବେଟିସ୍ ରେ ପୀଡିତ ରାମ୍ କପୁରଙ୍କ ଓଜନ ଲଗାତାର ବଢୁଥିଲା । ଏହି ରୋଗକୁ ମ୍ୟାନେଜ୍ କରିବା ତାଙ୍କ ପକ୍ଷରେ ଅସହ୍ୟ ହେଉଥିଲା । କିନ୍ତୁ ଅଭିନେତା ଜଣକ ହାର୍ ନମାନି ଦୃଢ ନିଶ୍ଚୟର ସହିତ ନିଜର ୱେଟ୍ ଲସ୍ ଜର୍ଣ୍ଣିଂ ଆରମ୍ଭ କରିଥିଲେ । ସୁସ୍ଥ ଖାଦ୍ୟପେୟ ଏବଂ ପ୍ରତିଦିନ ବ୍ୟାୟାମ ଦ୍ବାରା ମାତ୍ର ୧୮ ମାସରେ ସେ ୫୫ କିଲୋ ଓଜନ କମାଇବାରେ ସଫଳ ହୋଇଥିଲେ । ଆସନ୍ତୁ ଜାଣିବା କେମିତି ୫୫ କିଲୋ ଓଜନ କମାଇ ନା କେବଳ ମେଦବହୁଳତା , ଡାଏବେଟିସକୁ ଟା ଟା ବାଏ ବାଏ କହିଲେ ଅଭିନେତା ରାମ୍ କପୁର ।
୫୧ ବର୍ଷୀୟ ରାମ୍ କପୁରଙ୍କ ପାଇଁ ଓଜନ କମାଇବା ସହଜ ନଥିଲା । ସେ ମିଡିଆକୁ ଏନେଇ କହିଥିଲେ ଯେ , ତାଙ୍କ ବୟସ ଅନୁସାରେ କମ୍ ହୋଇଥିବା ମେଟାବଲିଜିମ୍ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଲଗାତାର ପରିଶ୍ରମ କରିବ ସତ୍ତ୍ବେ , ଓଜନ କମାଇବାର ପ୍ରକ୍ରିୟା କୌଣସି କାମରେ ଆସୁନଥିଲା । କିନ୍ତୁ ରାମ୍ ହାର ନମାନି ପ୍ରୟାସ ଜାରି ରଖିଥିଲେ । ଡାଏବେଟିସ୍ କୁ ନିୟନ୍ତ୍ରଣରେ ଆଣିବାକୁ ହେଲେ ଓଜନ କମାଇବା ନିହାତି ଜରୁରୀ ବୋଲି ସେ ଜାଣିଲେ ଏବଂ ବ୍ୟାୟାମ କରି ଝାଳ ମଧ୍ୟ ବୁହାଇଲେ । ଏକ ସାକ୍ଷାତକାରରେ ରାମ୍ କପୁର୍ କହିଥିଲେ ଯେ ଓଜନ କମାଇବା ପରେ ସେ ଏନର୍ଜେଟିକ୍ ଏବଂ ଫ୍ରି ଫିଲ୍ କରୁଛନ୍ତି । ଏହି ପରିବର୍ତ୍ତନ ନା କେବଳ ଶାରୀରିକ ସ୍ତରରେ ବରଂ ଇମୋସନାଲ୍ ଏବଂ ମାନସିକ ସ୍ତରରେ ମଧ୍ୟ ହୋଇଥିଲା । ୧୪୦ କିଲୋ ଓଜନ ନେଇ ୨୦ ପାଦ ଚାଲିଲା ବେଳକୁ ସେ ଥକିଯାଉଥିଲେ କିନ୍ତୁ ବର୍ତ୍ତମାନ ୫୫ କିଲୋ ଓଜନ କମାଇବା ପରେ ସେ ଖୁବ୍ ଖୁସିରେ ଅଛନ୍ତି ।
ପ୍ରଥମେ ଗୋଲ୍ ସେଟ୍ କରି ସେ ଏ ଦିଗରେ କାମ କରିବା ଆରମ୍ଭ କରିଥିଲେ । ଏକାଥରେ ଓଜନ କମାଇଦେବା ହାନିକାରକ ତେଣୁ ସେ ଧିରେ ଧିରେ ୱେଟ୍ ଲସ୍ ଜର୍ଣ୍ଣିଂ ଆଡ଼କୁ ଆଗେଇଥିଲେ । ସେଥିପାଇଁ ପ୍ରତି ସପ୍ତାହରେ ସେ ୧ କିଲୋ ଓଜନ କମାଇବାକୁ ଟାର୍ଗେଟ୍ କଲେ । ଫଳ , ପରିବା , ଲିନ୍ ପ୍ରୋଟିନ୍ ୱେଟ୍ ଲସ୍ ଜର୍ଣ୍ଣିଂର ପ୍ରକୃତ ବନ୍ଧୁ । ପ୍ରତିଦିନ ବ୍ୟାୟାମ , ପର୍ୟ୍ୟାପ୍ତ ନିଦ ଓ ହେଲ୍ଦୀ ଡାଏଟ୍ ଏହି ଜର୍ଣ୍ଣିଂକୁ ସହଜ କରିବାର କାମ କରନ୍ତି ।