ରାମଚରଣ ଏବଂ କିଆରା ଆଡ଼ଭାନୀ ଅଭିନିତ ସିନେମା ଗେମ୍ ଚେଞ୍ଜର୍ ଅନେକ ଦିନ ଧରି ଖୁବ୍ ଚର୍ଚ୍ଚାରେ ରହିଛି । ଏହି ସିନେମାରେ ଡାସିଙ୍ଗ୍ ଆକ୍ଟର ରାମ ଚରଣ ଡବଲ୍ ରୋଲରେ ନଜର ଆସିବେ । ସିନେମାର କାହାଣୀ କାର୍ତ୍ତିକ ସୁବ୍ବାରାଜ ଲେଖିଥିବା ବେଳେ ନିର୍ଦ୍ଦେଶନା ଶଙ୍କର ଦେଇଛନ୍ତି । ଗେମ୍ ଚେଞ୍ଜର୍ ସିନେମାରେ କିଆରା ଆଡଭାନୀଙ୍କ ସମେତ ଅଞ୍ଜଳୀ , ଏସଜେ ସୂର୍ୟ୍ୟା ଭଳି ଅନ୍ୟ କଳାକାର ମଧ୍ୟ ନଜର ଆସିବେ । ସିନେମାକୁ ଜାନୁଆରୀ ୧୦ ତାରିଖରେ ରିଲିଜ୍ କରାଯିବ ବୋଲି ସୂଚନା ମିଳୁଛି । ଫିଲ୍ମଟି ତେଲୁଗୁ , ତାମିଲ୍ ଏବଂ ହିନ୍ଦୀ ଭାଷାରେ ରିଲିଜ୍ କରାଯିବ ବୋଲି ଶୁଣିବାକୁ ମିଳୁଛି । ଯାହାର ଆଡଭାନ୍ସ ବୁକିଂ ମଧ୍ୟ ହୋଇସାରିଲାଣି ।
/kanak/media/media_files/2024/12/28/WjGV1TqE6MfFVmVX4sOM.jpg)
ଏତଦ୍ ପରେ ମଧ୍ୟ ଅଭିନେତା ରାମଚରଣଙ୍କ ଉପରେ ଫ୍ୟାନ୍ସଙ୍କ ଅଭିମାନ ରହିଛି । ସିନେମାର ରିଲିଜକୁ ମାତ୍ର ୧୩ ଦିନ ବାକି ଥିବା ବେଳେ ଏଯାଏଁ ଟ୍ରେଲରକୁ ଲଞ୍ଚ୍ କରାଯାଇନି । ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମ ଦେଖିବାକୁ ନେଇ ଏତେ ଉତ୍କଣ୍ଠା ରହିଛି ଯେ ଜଣେ ଫ୍ୟାନ୍ ରାମଚରଣଙ୍କୁ ହିଁ ଧମକ ଦେଇଛନ୍ତି ।
/kanak/media/media_files/2024/12/28/qNZDVCrCbKCCovDYJOc4.png)
ଇଶ୍ବର ନାମକ ଉକ୍ତ ବ୍ୟକ୍ତିଜଣକ ତେଲୁଗୁରେ ଚିଠି ଲେଖି ଅସନ୍ତୋଷ ଜାହିର କରିଛନ୍ତି । ସେ ଲେଖିଛନ୍ତି , ‘ଆପଣ ଫ୍ୟାନ୍ସଙ୍କ ମନର ଭାବନାକୁ ସମ୍ମାନ ଦେଉନାହାନ୍ତି । ଫିଲ୍ମ ରିଲିଜ୍ ହେବାକୁ ଆଉ ୧୩ ଦିନ ବାକି ରହିଲା କିନ୍ତୁ ନିର୍ମାତା ଏଯାଏଁ ଟ୍ରେଲର ବାହାର କଲେନାହିଁ । ନଭେମ୍ବରରେ ସିନେମାର ଟିଜର୍ ଆସିଥିଲା ଯାହା ଆମକୁ ବହୁତ ଭଲ ଲାଗିଥିଲା କିନ୍ତୁ ଟ୍ରେଲର ପାଇଁ ଏତେ ବିଳମ୍ବ ଆମକୁ ଭଲ ଲାଗୁନାହିଁ । ଯଦି ଏ ବର୍ଷ ଶେଷ ପର୍ୟ୍ୟନ୍ତ ସିନେମାର କୌଣସି ଅପଡେଟ୍ ନ ଆସିଲା ତେବେ ମତେ ଦୁଃଖର ସହ କହିବାକୁ ପଡୁଛି ମୁଁ କିଛି ଚରମ ପଦକ୍ଷେପ ଉଠାଇନେବି । ହୋଇପାରେ ମୁଁ ନିଜ ଜୀବନ ହିଁ ହାରିଦେବି ।’ ଚିଠିଟିର ଉପରେ ସେ ଲେଖିଛନ୍ତି RIP Letter । ଅନ୍ୟପକ୍ଷରେ ଏହି ଚିଠିଟିକୁ ଯେମିତି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରାଗଲା ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2024/12/28/DoDxYUsRF86D4J22s1f5.png)