ଗୋବର, ଘିଅରେ ରାକ୍ଷୀ; କୁନି କୁନି ପିଲାଙ୍କୁ ପରିବେଶ ଚିନ୍ତା

ଏଥର ଜରି କି ପ୍ଲାଷ୍ଟିକ୍ ରାକ୍ଷୀ ନୁହେଁ ବରଂ ବାନ୍ଧନ୍ତୁ ପଞ୍ଚଗବ୍ୟ ରାକ୍ଷୀ । ଦେଖିବାକୁ ସୁନ୍ଦର, ପରିବେଶ ପାଇଁ ବେଶ୍ ଉପଯୋଗୀ

୩୩

କନକ ବ୍ୟୁରୋ: ପରିବେଶ ସୁରକ୍ଷା ଚିନ୍ତାରେ କୁନି କୁନି ପିଲା । ପୁରୀ କିଛି ଶିକ୍ଷାନୁଷ୍ଠାନରେ  ପିଲାମାନେ ଗୋ ଜାତ ସାମଗ୍ରୀରେ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ ଯାହା ପ୍ରକୃତି ସହଯୋଗୀ । ଆଜିକା ଦିନରେ ଜରି ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର ରୋକିବାକୁ ପିଲାଙ୍କର ଏହି ଉଦ୍ୟମ । ଗୋବର  ସହ ଗୋମୂତ୍ର, ଦହି, ଘିଅ ଆଦିକୁ ମିଶାଇ ସେଥିରେ ତିଆରି କରୁଛନ୍ତି ବିଭିନ୍ନ ଡିଜାଇନର ରାକ୍ଷୀ । 

ଗୋମାତାଙ୍କ ଠାରୁ ମିଳୁଥିବା ୫ ଉପାଦାନକୁ ନେଇ ରାକ୍ଷୀ ପ୍ରସ୍ତୁତ ହେଉଥିବାରୁ ଏହାକୁ ପଞ୍ଚଗବ୍ୟ ରାକ୍ଷୀ କୁହାଯାଏ । ଏହି ରାକ୍ଷୀ ବଜାରରେ ମିଳୁଥିବା ଫ୍ୟାନ୍ସି ରାକ୍ଷୀଠାରୁ ବେଶ୍ ଆକର୍ଷଣୀୟ  । ଏହାର ଦାମ୍ ବି ପକେଟକୁ ସୁହାଇଲା ଭଳି ।  ପଞ୍ଚଗବ୍ୟରେ ମୁଲତାନି ମାଟି ମିଶାଇ ସେ ମିଶ୍ରଣରେ ଫୁଲ, ପତ୍ର, ପ୍ରଜାପତି , ଜଗନ୍ନାଥଙ୍କ କଳାକୃତି କରି ରାକ୍ଷୀ ବନାଯାଇଛି । ଏଥିରେ କିଛି ଶସ୍ୟ ମଧ୍ୟ ମିଶିଛି । ଫଳରେ ରାକ୍ଷୀ ବନ୍ଧା ଶେଷ ହେବା ପରେ ଏଥିରୁ ଗଛ ମଧ୍ୟ ଉଠିବ । ଏହାର ଗୋମାତାଙ୍କ ଅମୃତ ଉପାଦାନରୁ ପ୍ରସ୍ତୁତ ହେଉଥିବାରୁ ଧାର୍ମିକ ଦୃଷ୍ଟିରୁ ଅତି ପବିତ୍ର ମଧ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe