କନକ ବ୍ୟୁରୋ: ପରିବେଶ ସୁରକ୍ଷା ଚିନ୍ତାରେ କୁନି କୁନି ପିଲା । ପୁରୀ କିଛି ଶିକ୍ଷାନୁଷ୍ଠାନରେ ପିଲାମାନେ ଗୋ ଜାତ ସାମଗ୍ରୀରେ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ ଯାହା ପ୍ରକୃତି ସହଯୋଗୀ । ଆଜିକା ଦିନରେ ଜରି ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର ରୋକିବାକୁ ପିଲାଙ୍କର ଏହି ଉଦ୍ୟମ । ଗୋବର ସହ ଗୋମୂତ୍ର, ଦହି, ଘିଅ ଆଦିକୁ ମିଶାଇ ସେଥିରେ ତିଆରି କରୁଛନ୍ତି ବିଭିନ୍ନ ଡିଜାଇନର ରାକ୍ଷୀ ।
ଗୋମାତାଙ୍କ ଠାରୁ ମିଳୁଥିବା ୫ ଉପାଦାନକୁ ନେଇ ରାକ୍ଷୀ ପ୍ରସ୍ତୁତ ହେଉଥିବାରୁ ଏହାକୁ ପଞ୍ଚଗବ୍ୟ ରାକ୍ଷୀ କୁହାଯାଏ । ଏହି ରାକ୍ଷୀ ବଜାରରେ ମିଳୁଥିବା ଫ୍ୟାନ୍ସି ରାକ୍ଷୀଠାରୁ ବେଶ୍ ଆକର୍ଷଣୀୟ । ଏହାର ଦାମ୍ ବି ପକେଟକୁ ସୁହାଇଲା ଭଳି । ପଞ୍ଚଗବ୍ୟରେ ମୁଲତାନି ମାଟି ମିଶାଇ ସେ ମିଶ୍ରଣରେ ଫୁଲ, ପତ୍ର, ପ୍ରଜାପତି , ଜଗନ୍ନାଥଙ୍କ କଳାକୃତି କରି ରାକ୍ଷୀ ବନାଯାଇଛି । ଏଥିରେ କିଛି ଶସ୍ୟ ମଧ୍ୟ ମିଶିଛି । ଫଳରେ ରାକ୍ଷୀ ବନ୍ଧା ଶେଷ ହେବା ପରେ ଏଥିରୁ ଗଛ ମଧ୍ୟ ଉଠିବ । ଏହାର ଗୋମାତାଙ୍କ ଅମୃତ ଉପାଦାନରୁ ପ୍ରସ୍ତୁତ ହେଉଥିବାରୁ ଧାର୍ମିକ ଦୃଷ୍ଟିରୁ ଅତି ପବିତ୍ର ମଧ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/25/rakhi-2025-07-25-15-22-36.jpg)