କଂଗ୍ରେସ ସହ ମେଣ୍ଟ କରିବ ବିଜେଡି ! ଦେବାଶିଷ୍ ସାମନ୍ତରାୟଙ୍କ ବୟାନ ନେଇ ହଟଚମଟ ।

Advertisment

ବିଜେଡି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଦେବାଶିଷ୍ ସାମସ୍ତରାୟଙ୍କ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସେ ନେଇ ଆଲୋଚନା ଆରମ୍ଭ ହୋଇଛି । 

Updated On

ବିଜେଡି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଦେବାଶିଷ୍ ସାମସ୍ତରାୟଙ୍କ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସେ ନେଇ ଆଲୋଚନା ଆରମ୍ଭ ହୋଇଛି । 

ଅଦ୍ୟତନ ହୋଇଛି
vlcsnap-2024-09-22-19h45m18s392

କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଦେବାଶିଷ୍ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଆଗାମୀ ଦିନରେ ବିଜେଡି କଂଗ୍ରେସ ମେଣ୍ଟ ହେବାର ସମ୍ଭାବନା ରହିଛି କି ? ସେ ନେଇ ଆରମ୍ଭ ହୋଇଛି ଆଲୋଚନା । 

ଆଗାମୀ ଦିନରେ ବିଜେଡି କଂଗ୍ରେସ ମେଣ୍ଟ ହେବାର ସମ୍ଭାବନା ରହିଛି କି ? ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳ କଂଗ୍ରେସର ନିକଟତର ହେଉଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । 


ଦେବାଶିଷଙ୍କ ବୟାନ ପରେ ରାଜ୍ୟ ରାଜନୀତିକୁ ପୁଣି ଥରେ ମେଣ୍ଟ ଚର୍ଚ୍ଚା ଫେରିଛି । କିନ୍ତୁ ଏଥର ବିଜେଡି-ବିଜେପି ମେଣ୍ଟ ନୁହେଁ ବରଂ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚାକୁ ବଳ ଦେଇଛନ୍ତି ବିଜେଡି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । 

ଦେବାଶିଷଙ୍କ ବୟାନ ପରେ ବିଜେଡିର ହ୍ୟାଙ୍ଗଓଭର ଯାଇନି କହି କଟାକ୍ଷ କରିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ । କଂଗ୍ରେସ ସହ ବିଜେଡିର ମେଣ୍ଟ ଚିନ୍ତା ମୁଂଗେରୀଲାଲର ହସିନ ସ୍ବପ୍ନ । ବିଜେଡି ଘର ଖାଲି ହୋଇଗଲାଣି କହି ତେରେଛା ବାଣ ମାରିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଆଲୋଚନାର ବିଷୟ ପାଲଟିବା ପରେ, ବିଜେଡି ଏହାକୁ ଦେବାଶିଷଙ୍କର ବ୍ୟକ୍ତିଗତ ମତ କହି ଏଡାଇ ଯାଇଛି । ଦେବାଶିଷ୍ ମଧ୍ୟ ଏହା ତାଙ୍କର ବ୍ୟକ୍ତିଗତ ମତ କହି ସଫେଇ ରଖିଛନ୍ତି । 
 

ତେବେ ପ୍ରଶ୍ନ ଉଠୁଛି, ଦେବାଶିଷ୍ ଅଚାନକ ଏଭଳି କହିଲେ କାହିଁକି ? ବର୍ଷ ବର୍ଷ ଧରି ସମଦୂରତାର କଥା କହି ଆସୁଥିବା ବିଜେଡି ନେତା ଏଭଳି ମତ କାହିଁକି ଦେଲେ ? ନାଁ ଏହା ପଛରେ କିଛି ରାଜନୈତିକ ଉଦେଶ୍ୟ ରହିଛି ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe