କନକ ବ୍ୟୁରୋ: କିଏ ହେବେ ପ୍ରାର୍ଥୀ, କାହା ନା ଉପରେ ବାଜିବ ମୋହର ? ସମୟ ପାଖେଇବା ସହ ବଢିଲାଣି ଉତ୍କଣ୍ଠା । ତିନି ରାଜନୈତିକ ଦଳର ଶିବିରରେ ଦେଖିବାକୁ ମିଳିଲାଣି ହଟଚମଟ । ନବୀନ ନିବାସରେ ବସୁଛି ଘନଘନ ବୈଠକ । ଗତକାଲିର ପିଏସ୍ ବୈଠକ ପରେ ଆଜି ସବୁ ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । କାହା ପ୍ରାର୍ଥୀରେ କିଏ ସମର୍ଥକ ଓ ପ୍ରସ୍ତାବକ ରହିବେ ସେନେଇ ଦସ୍ତଖତ ଦେଉଛନ୍ତି ବିଧାୟକ । ଆସନ୍ତାକାଲି ବିଜେଡି ତାର ପ୍ରାର୍ଥୀ କାର୍ଡ ଖୋଲିବ ବୋଲି ସୂଚନା ମିଳିଛି । ଆଉ ସେପଟେ ଚତୁର୍ଥ ଆସନରେ ଦଳ ପ୍ରାର୍ଥୀ ଦେବା ନେଇ ସଙ୍କେତ ଦେଇଛନ୍ତି ବିଜେଡି ବିଧାୟକ ।
ଏହା ବି ପଢ଼ନ୍ତୁ: ମହାନଦୀ ବିବାଦ: ହେବ କି ସମାଧାନ ? ଟ୍ରିବ୍ୟୁନାଲ ଟିମ୍ର ଗସ୍ତ ପରେ ବଢ଼ିଲା ଆଶା
ରାଜ୍ୟସଭା ପ୍ରାର୍ଥୀ ପାଇଁ କଂଗ୍ରେସ ଫର୍ମ ନେବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ତିନିଟି ସେଟ୍ ନେଇଛନ୍ତି । ଆଉ ପିସିସି ସଭାପତି କହିଛନ୍ତି, ରାଜ୍ୟସଭା ପାଇଁ ଦଳ ପ୍ରାର୍ଥୀ ଦେବ । ଆଉ ଏ ନିଷ୍ପତ୍ତି ନେବେ ଦିଲ୍ଲୀର ହାଇକମାଣ୍ଡ । ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ ।
ଦିନେ ଦୁଇ ଦିନ ଭିତରେ ଶାସକ ଦଳ ବିଜେପି ପ୍ରାର୍ଥୀ ଘୋଷଣା କରିବ । ତେବେ କିଏ ହେବେ ପ୍ରାର୍ଥୀ ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ । ରାଜ୍ୟ ବାହାରୁ ଦଳ ପ୍ରାର୍ଥୀ ଦେଇପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଛି ।
Follow Us