କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ରାଜ୍ୟ ରାଜନୀତି। ପ୍ରାର୍ଥୀ କିଏ ହେବ? କାହାକୁ ଭରସିବେ ଶୀର୍ଷ ନେତୃତ୍ବ? ଏଭଳି ଚର୍ଚ୍ଚା ଭିତରେ ବିଜେଡିର ପୁରୁଖା ନେତା ଯେଉଁଭଳି ଭାବେ ଦାବି ରଖିଲେଣି ପ୍ରାର୍ଥୀ ଚୟନ ପାଇଁ ନବୀନଙ୍କୁ ଦେବାକୁ ପଡିପାରେ ଏସିଡ୍ ଟେଷ୍ଟ । ସେହିଭଳି ବିଜେପିରେ ଆଶାୟୀ ଅଧିକ ଥିବାରୁ କେଉଁ ଆଧାରରେ ଦଳ ପ୍ରାର୍ଥୀ ବାଛିବ, ତାହା ଶୀର୍ଷ ନେତୃତ୍ବଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।
ଆହୁରି ପଢ଼ନ୍ତୁ:ପୂରଣ ହେବ ଦୀର୍ଘ ଦିନର ଆଶା, ଗଠନ ହେବ ନୂଆ ଜିଲ୍ଲା !
ରାଜ୍ୟସଭା ଯିବାକୁ ବିଜେଡିରେ ଛକାପଞ୍ଝା
କ୍ଷମତାକେନ୍ଦ୍ରରେ ଆରମ୍ଭ ହେଲାଣି ଜୋରଦାର ଲବି
ରାଜ୍ୟସଭା ନିର୍ବାଚନରେ ଅନାୟସରେ ଗୋଟିଏ ଆସନ ଦଖଲ କରିବ ବିଜେଡି। ଅଥଚ ଏହି ଗୋଟିଏ ଆସନରେ ପ୍ରାର୍ଥୀ କିଏ ହେବ ତାକୁ ନେଇ ନବୀନଙ୍କ ଚିନ୍ତା ବଢାଇଦେଲେଣି ଆଶାୟୀ । ରାଜ୍ୟସଭା ପ୍ରାର୍ଥୀ ହେବାକୁ ଦଳୀୟ ମାନଦଣ୍ଡ ପୁରା କରୁଥିବା ଆଶାୟୀଙ୍କ ତାଲିକା ବେଶ ଲମ୍ବା । ତେଣୁ ବ୍ୟାକଡୋର ଏଣ୍ଟ୍ରି ପାଇଁ ବିଜେଡିରେ ଆରମ୍ଭ ହୋଇଛି ଲବି ପଲିଟିକ୍ସ । ୨୪ ନିର୍ବାଚନ ପୂର୍ବରୁ କର୍ପୋରେଟ ଦୁନିଆ ଛାଡି ଶଙ୍ଖ ଫୁଙ୍କିଥିବା ତଥା ନବୀନଙ୍କ ରାଜନୈତିକ ପରାମର୍ଶଦାତା ସନ୍ତୃପ୍ତ ମିଶ୍ର ବିଜେଡିର ରାଜ୍ୟସଭା ରେସରେ ଆଗରେ ରହିଛନ୍ତି । କ୍ଷମତାକେନ୍ଦ୍ରର ଆଶୀର୍ବାଦପ୍ରାପ୍ତ ସନ୍ତୃପ୍ତ ମଧ୍ୟ ଏହା ଭିତରେ ଦଳରେ ବେଶ ଆକ୍ଟିଭ ହୋଇଛନ୍ତି । ହେଲେ ସନ୍ତୃପ୍ତଙ୍କ ଏଭଳି ଅଚାନକ ଉତ୍ଥାନକୁ ସହଜରେ ଗ୍ରହଣ କରୁନାହାନ୍ତି ଦଳର ପୁରୁଖା ନେତା । ସେପଟେ ପୁରୁଖାଙ୍କୁ ରାଜ୍ୟସଭା ପଠାଇବାକୁ ଦାବି କରିଛନ୍ତି ଦଳର ବିଧାୟକ ।
ବିଜେଡି ଭଳି ବିଜେପିରେ ମଧ୍ୟ ଆଶାୟୀ ତାଲିକା ଲମ୍ବା ହେଲାଣି । ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଜୋରଦାର ହେଲାଣି ଲବି । ଏମିତି ବି ଚର୍ଚ୍ଚା ହେଉଛି, ଓଡ଼ିଶା ବାହାରର ନେତାଙ୍କ ନାଁରେ ମୋହର ମାରିପାରନ୍ତି କେନ୍ଦ୍ରୀୟ ନେତୃତ୍ବ । ଏହି ତାଲିକାରେ ଆଗକୁ ଆସିଲେଣି ପ୍ରଭାରୀ ବିଜୟପାଲ ସିଂ ତୋମାର । ସେପଟେ ମନମୋହନ ସାମଲ, ସମୀର ମହାନ୍ତି, ବିଶ୍ବେଶ୍ବର ଟୁଡୁ, ଦିଲ୍ଲୀପ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।
ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ଅନେକ ନେତା ଦିଲ୍ଲୀ ଯାଇଛନ୍ତି । ହେଲେ ସଂସଦର ଉଚ୍ଚସଦନକୁ ଯାଇଥିବା ନେତାଙ୍କ ଠାରୁ ଓଡ଼ିଶା ପାଇଛି କ’ଣ? ତାହାର ଅନୁଶୀଳନ ରାଜନୈତିକ ଦଳ କରିବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/19/06-2026-02-19-22-21-37.jpg)