କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଆସିନି । କିନ୍ତୁ ଟିକଟ୍ ପାଇଁ ଲବି ଆରମ୍ଭ ହେଲାଣି । ବିଜେପି ଖାତାକୁ ୨ଟି ଆସନ ଯିବା ସୁନିଶ୍ଚିତ। କିନ୍ତୁ ସଂଖ୍ୟା ନଥାଇ ଦିଲ୍ଲୀରେ ଦଳର ରଣନୀତି ପ୍ରସ୍ତୁତ କରୁଥିବା ନେତା କହିଲେଣି ବିଜେପି ୩ଟି ଆସନରେ ବାଜିମାତ କରିବ। ଏଥିରୁ ଅନୁମାନ କରିହେଉଛି, ସଂଖ୍ୟା ବଳ ଯୋଗାଡ଼ ପାଇଁ ଭିତରେ ଭିତରେ କିଛି ତ ଚାଲିଛି। ଦେଖନ୍ତୁ ଏହି ରିପୋର୍ଟ
ଯେକୌଣସି ମୁହୂର୍ତ୍ତରେ ରାଜ୍ୟସଭା ନିର୍ବାଚନ ନେଇ ବିଗୁଲ ବାଜିପାରେ। ହେଲେ ସଂଖ୍ୟା ଦୃଷ୍ଟିରୁ ଆଗୁଆ ଥିବା ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ ଦଳ ଭିତରେ କସରତ ଆରମ୍ଭ ହୋଇଗଲାଣି। ଦିଲ୍ଲୀଠୁ ଭୁବନେଶ୍ୱର ପର୍ଯ୍ୟନ୍ତ କ୍ଷମତା କେନ୍ଦ୍ରରେ ଜୋରଦାର ଲବି ଆରମ୍ଭ ହୋଇଛି। କ୍ଷମତାରେ ଥିବାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଲାଣି। ମନମୋହନ ସାମଲ, ବସନ୍ତ ପଣ୍ଡା, ଗୋଲକ ମହାପାତ୍ର, ସମୀର ମହାନ୍ତି, ବିଶେଶ୍ୱର ଟୁଡ଼ୁଙ୍କ ନାମ ରାଜ୍ୟସଭା ଦୌଡ଼ରେ ସବୁଠୁ ଆଗରେ ରହିଛି। ଅନ୍ୟପଟେ ବିଜେପିକୁ ରାଜ୍ୟକୁ କ୍ଷମତାକୁ ଆଣିଥିବା ପ୍ରମୁଖ କାର୍ପଟଦାର ବିଜୟପାଲ ସିଂ ତୋମାରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି। ସେପଟେ ଚତୁର୍ଥ ଆସନ ଅକ୍ତିଆର କରିବ ବୋଲି ପୁଣି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପିର ଜାତୀୟସ୍ତରୀୟ ନେତା ବିଜୟପାଲ ସିଂତୋମାର। ସେପଟେ ବିଜେଡି କହିଛି ନବୀନ ପଟ୍ଟନାୟକ ମଧ୍ୟ ଚତୁର୍ଥ ଆସନ ପାଇଁ ରଣନୀତି କରୁଛନ୍ତି ।
ଅଧିକ ପଢନ୍ତୁ: ଆସିନି ତାରିଖ, ବଢ଼ିଲାଣି ରାଜ୍ୟସଭା ତାତି : ଚତୁର୍ଥ ଆସନକୁ ନେଇ ହଟଚମଟ ଭିତରେ ଚର୍ଚ୍ଚାରେ ପୃଥ୍ବୀରାଜ-ଦିଲ୍ଳୀପ ରାୟଙ୍କ ଭେଟଘାଟ
ଚତୁର୍ଥ ଆସନକୁ ନେଇ ଏବେଠୁ ଆରମ୍ଭ ହୋଇଗଲାଣି ଅନେକ ହଟଚମଟ । କିଏ କାହାକୁ ସମର୍ଥନ ଦେବ? କିଏ କାହାକୁ ବିରୋଧ କରିବ? କଂଗ୍ରେସ ସମର୍ଥନ ମାଗିଥିଲେ ବି ନବୀନ ଏବେ ବି ନୀରବ। ଆଉ ଏସବୁ ଭିତରେ ଚତୁର୍ଥ ଆସନ ପାଇଁ ତିନି ଦଳ ଯଦି ପ୍ରାର୍ଥୀ ଦିଅନ୍ତି, ତେବେ ବେଶ୍ ରୋଚକ ହେବ ରାଜ୍ୟସଭା ନିର୍ବାଚନ। କ୍ରସଭୋଟିଂ, ଘୋଡ଼ାବେପାର ହେବାର ସମ୍ଭାବନା ରହିଛି। ଏସବୁ ଭିତରେ ବିଜେଡିରୁ ନିଲମ୍ୱନ ହୋଇଥିବା ଅରବିନ୍ଦ ମହାପାତ୍ର କହିଛନ୍ତି, ପ୍ରାର୍ଥୀ ଦେଖି ନିଷ୍ପତ୍ତି ନେବି । ରାଜ୍ୟସଭା ନିର୍ବାଚନର ଚତୁର୍ଥ ଆସନକୁ ହାତେଇବା ସବୁ ଦଳ ପାଇଁ ବଡ଼ ଆହ୍ୱାନ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱବହନ କରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/5a-2026-02-13-19-48-45.jpg)