କନକ ବ୍ୟୁରୋ : ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ବି ସରଗରମ ହେଉଛି । ସଂଖ୍ୟା ଦୃଷ୍ଟିରୁ ବିଜେପି ଗୋଟିଏ ଆସନରେ ବିଜୟୀ ହେବ ଓ ବିଜେପି ୨ ଟି ଆସନରେ ବିଜୟୀ ହେବ । ବାକି ଗୋଟିଏ ଆସନକୁ ନେଇ ରାଜନୀତି ରୋଚକ ହେଉଛି । ବିଜେଡି ସୁପ୍ରିମୋ ତଥା ବିଧାନସଭାର ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରିବା ସହ ଦତ୍ତେଶ୍ୱରଙ୍କୁ କଂଗ୍ରେସ ଓ ବାମଦଳର ବିଧାୟକମାନେ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରିଥିଲେ । ସେପଟେ ତୃତୀୟ ପ୍ରାର୍ଥୀ ଜିତାଇବାକୁ ବିଜେପି ବି ରଣନୀତି ପ୍ରସ୍ତୁତ କରିଛି । ଦିଲ୍ଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ କରି ବିଜେପି ସମର୍ଥନ ଦେବ ବୋଲି ଘୋଷଣା କରିଛି । ଏହାସହ ଦିଲ୍ଲୀପ ରାୟ ୫ ତାରିଖରେ ନାମାଙ୍କନ ଭରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ :ବିହାରରୁ ରାଜ୍ୟସଭା ପାଇଁ ନିତିନ ନବୀନ ହେଲେ ବିଜେପି ପ୍ରାର୍ଥୀ, ଆସାମ ସମେତ ୬ ରାଜ୍ୟର ୯ ପ୍ରାର୍ଥୀଙ୍କ ନାମ ଘୋଷଣା
ଏସବୁ ଭିତରେ କଥା ଉଠୁଛି କି, ବିଜେଡି ବିଧାୟକଙ୍କ ମଧ୍ୟରୁ ଅନେକ ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ନେଇ ଅସନ୍ତୋଷ ରହିଛନ୍ତି । ସେପଟେ ଦିଲ୍ଲୀପ ରାୟ ଦୀର୍ଘବର୍ଷ ଧରି ବିଜେଡି ସହ ରହିଥିବାରୁ ସେ ବିଜେଡି ଭୋଟ ହାତେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/10a-2026-03-03-16-52-21.jpg)