କନକ ବ୍ୟୁରୋ: ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏକମାତ୍ର ପ୍ରାର୍ଥୀ ରହିଥିଲେ ମମତା। ତେଣୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା। ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ହାସଲ କରିଛନ୍ତି ମମତା। ଏହାପରେ ମମତାଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ମିଠା ଖୁଆଇ ମମତାଙ୍କୁ ସ୍ୱାଗତ କରିଛନ୍ତି ଦଳୀୟ ନେତା। ସାଂସଦ ନୁହେଁ ବରଂ ସାଧାରଣ କର୍ମୀ ଭାବେ କାମ କରିବି ବୋଲି କହିଛନ୍ତି ମମତା।