କନକ ବ୍ୟୁରୋ : ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦରେ ସମ୍ବିଧାନ ଉପରେ ଚର୍ଚ୍ଚା, ଶାସକ-ବିରୋଧୀଙ୍କ ତର୍କ ବିତର୍କ କମ୍ପିଲା ଗୃହ । ଦୁଇ ଦିବସୀୟ ଆଲୋଚନାର ପ୍ରଥମ ଦିନରେ ସମ୍ବିଧାନର ଗାରିମା ସର୍ମ୍ପକରେ ମତ ରଖି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ବାଧିନତା ଆନ୍ଦୋଳନ ରୂପକ ମହାଯଜ୍ଞରୁ ଅମୃତ ସ୍ବରୁପ ସମ୍ବିଧାନ ଉପରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଅଧିକାର ରହିଛି । ନିର୍ଦ୍ଧିଷ୍ଟ ଏକ ଦଳ ଏହାକୁ ଦେଶପ୍ରତି ନିଜର ଅବଦାନ ଭାବୁଛି କହି କଂଗ୍ରେସକୁ ସିଧା ସିଧା ଟାର୍ଗେଟ କରିଛନ୍ତି ରାଜନାଥ । ସେପଟେ ସଂସଦରେ ନିଜର ପ୍ରଥମ ଅଭିଭାଷରେ ଦେଶରେ ବୋରୋଜଗାର, ଦରଦାମ ଓ ଅରାଜକତା ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ । ସଂସଦରେ ଥିବା ସମ୍ବିଧାନକୁ ପ୍ରଧାନମନ୍ତ୍ରୀ ପ୍ରଣାମ କରୁଥିବା ବେଳେ ମଣିପୁର, ହାଥରସ ଓ ସମ୍ବଲରେ ସମ୍ବିଧାନକୁ ହତ୍ୟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।
ସେପଟେ ନିଜ ଅଭିଭାଷଣରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି ଅଖିଳେଶ ଯାଦବ । ସମାଜବାଦୀ ପାର୍ଟି ମୁଖ୍ୟ କହିଛନ୍ତି ବିଜେପି ଶାସନରେ ଗଣତନ୍ତ୍ର ଓ ସମ୍ବିଧାନ ବିପଦରେ ପଡ଼ିଛି । ଏହାକୁ ରକ୍ଷା କରିବାକୁ ହେଲେ ବର୍ତ୍ତମାନ ଆଉ ଏକ କର ବା ମର ଆନ୍ଦୋଳନର ଆବଶ୍ୟକତା ରହିଛି । ଦୁଇ ଦିନ ଧରି ସଂସଦରେ ସମ୍ବିଧାନ ଉପରେ ଆଲୋଚନା ହେବାକୁ ଥିବା ବେଳେ ଆସନ୍ତାକାଲି ନିଜର ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।