ଅପରେସନ ସିନ୍ଦୂର ଉପରେ ମହାବିତର୍କ : ସଂସଦରେ କ’ଣ କହିଲେ ପ୍ରତିରକ୍ଷା ମନ୍ତ୍ରୀ ?

ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖି କହିଛନ୍ତି, ପାକିସ୍ତାନ ବିରୋଧରେ ଅପରେସନ ମାତ୍ର ୧୨ ମିନିଟରେ ଶେଷ ହୋଇଥିଲା । ଏଥିରେ ଶହେରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ ।

Rajnath

Rajnath Photograph: (google)

କନକ ବ୍ୟୁରୋ : ସଂସଦରେ ଅପରେସନ ସିନ୍ଦୂର ଉପରେ ମହାବିତର୍କ । ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖି କହିଛନ୍ତି, ପାକିସ୍ତାନ ବିରୋଧରେ ଅପରେସନ ମାତ୍ର ୧୨ ମିନିଟରେ ଶେଷ ହୋଇଥିଲା । ଏଥିରେ ଶହେରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲେ । ବଡ଼ ବଡ଼ ଆତଙ୍କବାଦୀଙ୍କ ସଂପର୍କୀୟ ଓ ତାଙ୍କ ସଂରକ୍ଷଣରେ ଥିବା ଆତଙ୍କବାଦୀ ନିପାତ ହୋଇଥିଲେ । ସେହିପରି ପାକିସ୍ତାନରେ ଥିବା ୯ ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଥିଲା । ଏହାପରେ ପାକିସ୍ତାନ ଜବାବ ହମଲା କରିବାକୁ ଉଦ୍ୟମ କରିଥିବା ବେଳେ ଭାରତୀୟ ସେନା ଏହାର ମୁହଁଭଙ୍ଗା ଜବାବ ଦେଇଥିଲେ । ଭାରତୀୟ ସେନାର ବୀରତ୍ୱ ଓ ଶୌର୍ଯ୍ୟକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡ଼ିବ ବୋଲି ରାଜନାଥ ସିଂ କହିଛନ୍ତି । ଏଥିସହ ସଂସଦକୁ ଆଶ୍ୱସ୍ତ କରି କହିଛନ୍ତି ଯେ ଭବିଷ୍ୟତରେ ପାକିସ୍ତାନ କୌଣସି ଦୁଃସାହସ କଲେ ପୁଣି ଅପରେସନ ସିନ୍ଦୁର ଆରମ୍ଭ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe