ସଂସଦରେ ମହାକାଶ ଚର୍ଚ୍ଚା ବେଳେ ବିରୋଧୀଙ୍କ ହଙ୍ଗାମା ; ରାଜନାଥ କହିଲେ ଏହା 'ଅତ୍ୟନ୍ତ ଦୁର୍ଭାଗ୍ୟଜନକ '

Advertisment

ରାଜନାଥ ସିଂହ କହିଛନ୍ତି, "ମହାକାଶ ଭଳି ବିଷୟ, ଯାହା ଏକବିଂଶ ଶତାବ୍ଦୀରେ ଭାରତର ବୈଜ୍ଞାନିକ ଏବଂ ରଣନୈତିକ ଦୃଷ୍ଟିକୋଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହାକୁ ଅନ୍ତତଃ ପକ୍ଷେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖାଯିବା ଉଚିତ ।" 

ରାଜନାଥ ସିଂହ କହିଛନ୍ତି, "ମହାକାଶ ଭଳି ବିଷୟ, ଯାହା ଏକବିଂଶ ଶତାବ୍ଦୀରେ ଭାରତର ବୈଜ୍ଞାନିକ ଏବଂ ରଣନୈତିକ ଦୃଷ୍ଟିକୋଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହାକୁ ଅନ୍ତତଃ ପକ୍ଷେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖାଯିବା ଉଚିତ ।" 

subhansu

କନକ ବ୍ୟୁରୋ : ସଂସଦରେ ଚାଲିଥିଲା ମହାକାଶ ଚର୍ଚ୍ଚା , ବିରୋଧୀ କଲେ ହଙ୍ଗାମା । ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଉପରେ ଚର୍ଚ୍ଚା ସମୟରେ ଲୋକସଭାରେ ବିରୋଧୀଙ୍କ ଆଚରଣକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମାଲୋଚନା କରିଛନ୍ତି । ସେ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ନିରାଶାଜନକ ବୋଲି କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମହାକାଶ ଭଳି ବିଷୟକୁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖାଯିବା ଉଚିତ । ବିରୋଧୀ ଦଳ ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରି ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ସକାରାତ୍ମକ ପରାମର୍ଶ ଦେଇପାରିଥାନ୍ତେ ।

ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ସଂସଦ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ଉପରେ ଏକ ସ୍ୱତନ୍ତ୍ର ଚର୍ଚ୍ଚା ଆୟୋଜନ କରି ତାଙ୍କୁ ସମ୍ମାନିତ କରିବାକୁ ଯାଉଥିଲା ଏବଂ ଏଥିପାଇଁ ବିରୋଧୀଙ୍କ ସହଯୋଗ କାମନା କରାଯାଇଥିଲା । ରାଜନୈତିକ ମତଭେଦକୁ ପଛରେ ପକାଇ ଜଣେ ଜାତୀୟ ନାୟକଙ୍କୁ ସମ୍ମାନ ଦେବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା, ବିରୋଧୀ ସାଂସଦମାନେ ନିର୍ବାଚନ ଆୟୋଗଙ୍କ ବିରୋଧରେ ବିକ୍ଷୋଭ ଏବଂ ନାରାବାଜି ଆରମ୍ଭ କରିଦେଲେ, ଯାହାଫଳରେ କାର୍ଯ୍ୟରେ ବାଧା ସୃଷ୍ଟି ହେଲା ଏବଂ ଅଧ୍ୟକ୍ଷଙ୍କୁ ଦିନକ ପାଇଁ ଗୃହ ମୁଲତବୀ ରଖିବାକୁ ପଡିଲା ।

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଚର୍ଚ୍ଚା 'ଭାରତର ମହାକାଶ କାର୍ଯ୍ୟକ୍ରମ ଏବଂ ବିକଶିତ ଭାରତ ୨୦୪୭ରେ ଏହାର ଭୂମିକା' ଉପରେ ଥିଲା, ଯାହା ଜାତୀୟ ଉପଲବ୍ଧି, ଦେଶର ଗୌରବ, ସ୍ୱାଭିମାନ ଏବଂ ଭବିଷ୍ୟତରେ ବୈଜ୍ଞାନିକ ଓ ରାଷ୍ଟ୍ରୀୟ ସୁରକ୍ଷାର ସମ୍ଭାବନା ସହ ଜଡିତ । ବିରୋଧୀ ଦଳ ଯେଉଁଭଳି ଭାବେ ଏଥିରେ ବାଧା ସୃଷ୍ଟି କଲେ, ଆଜି ସେମାନଙ୍କର ବ୍ୟବହାର ଅତ୍ୟନ୍ତ ନିରାଶାଜନକ ଥିଲା । ଭାରତ ମହାକାଶ ଅନ୍ୱେଷଣରେ ଯେଉଁ ଅଭୂତପୂର୍ବ ସଫଳତା ହାସଲ କରୁଛି, ତାହା ଉଲ୍ଲେଖନୀୟ । ବିରୋଧୀ ଦଳ ଏହି ଚର୍ଚ୍ଚାରେ ଭାଗ ନେଇ ଭାରତର ମହାକାଶ କାର୍ଯ୍ୟକ୍ରମର ଏକ ସକାରାତ୍ମକ ସମୀକ୍ଷା, ସମାଲୋଚନା ଏବଂ ପରାମର୍ଶ ଦେଇପାରିଥାନ୍ତେ ।"

ରାଜନାଥ ସିଂହ କହିଛନ୍ତି, "ମହାକାଶ ଭଳି ବିଷୟ, ଯାହା ଏକବିଂଶ ଶତାବ୍ଦୀରେ ଭାରତର ବୈଜ୍ଞାନିକ ଏବଂ ରଣନୈତିକ ଦୃଷ୍ଟିକୋଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହାକୁ ଅନ୍ତତଃ ପକ୍ଷେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖାଯିବା ଉଚିତ ।" ସେହି ସମୟରେ ଆସନରେ ବସିଥିବା ବିଜେପି ସାଂସଦ ଦିଲୀପ ସାଇକିଆ ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ଅପିଲ କରିଥିଲେ । ସେ କହିଥିଲେ, "ଆପଣମାନେ ପ୍ରତିଦିନ ପୋଷ୍ଟର ଓ ବ୍ୟାନର ଧରି ଆସୁଛନ୍ତି , ସାରା ଦେଶ ଦେଖୁଛି । ଏହା ୧୪୦ କୋଟି ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ, କିନ୍ତୁ ଆପଣ ଏତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଚାହୁଁନାହାନ୍ତି ।" କିନ୍ତୁ ଏସବୁ କଥାର କୌଣସି ପ୍ରଭାବ ନ ପଡିବାରୁ ଗୃହ କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ରଖାଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe