କନକ ବ୍ୟୁରୋ: ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ଆତଙ୍କବାଦ ଓ ଏହାର ପୃଷ୍ଠପୋଷକଙ୍କୁ ଦିଆଯିବ ମୁହଁତୋଡ଼ ଜବାବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଦେଶ ଯାହା ଚାହୁଁଛି ସେମିତି ହେବ, ସୈନିକମାନଙ୍କ ସହ ଦେଶର ସୀମାର ସୁରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । 

Advertisment

ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଭଲ ଭାବେ ଜାଣନ୍ତି, ମୋଦୀଙ୍କ କାର୍ଯ୍ୟଶୈଳୀ ସହ ସମସ୍ତେ ପରିଚିତ । ବିପଦ ସମୟରେ ପ୍ରଧାନମନ୍ତ୍ରୀ କିଭଳି ଏହାର ମୁକାବିଲା କରନ୍ତି ତାହା କେବଳ ଦେଶ ନୁହେଁ ବିଶ୍ବ ବି ଦେଖିଛି । ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଜଣକୁ ବି ଛଡ଼ାଯିବନାହିଁ । ଦେଶ ଯେମିତି ଚାହୁଁଛି ସେମିତି ହିଁ ହେବ । ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ବ ମୋର ବୋଲି ରାଜନାଥ କହିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଆତଙ୍କୀଙ୍କ ଉପରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇସାରିଛନ୍ତି ଚେତାବନୀ ।