କନକ ବ୍ୟୁରୋ: ବିଜେପି ନେତାଙ୍କ ସହ ନିକଟତର ହେଉଛନ୍ତି  ବିଜେଡିକୁ ବାଏ ବାଏ କରିଥିବା ଅମର ଶତପଥୀ । ଖୁବଶୀଘ୍ର  ପଦ୍ମ ଧରିପାରନ୍ତି ଅମର । ସେପଟେ ବର୍ଷାଙ୍କୁ ଆଉଟ କରି  ବଡଚଣା ବିଜେଡି ସଂଗଠନର ମଙ୍ଗ ଧରିବାକୁ ଯାଉଛନ୍ତି ରାଜନାରାୟଣ ମହାପାତ୍ର । ଦେଖନ୍ତୁ ଏହି ରିପୋର୍ଟ ।

Advertisment

ଯାଜପୁର ବଡଚଣା ରାଜନିତୀରେ ଖୁବଶୀଘ୍ର ବଡ ଧରଣର ହଲଚଲ ଦେଖିବାକୁ ମିଳିବ । ଭେଟରାନ ତଥା ୬ ଥରର ବିଧାୟକ ଅମର ଶତପଥୀ ବିଜେପି ମୁହାଁ ହେଉଛନ୍ତି । ଗୁରୁବାର ଦିଲ୍ଲୀ ଗସ୍ତରେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ତାଙ୍କର ଭେଟଘାଟ ହୋଇଛି । ହରେକୃଷ୍ଣ ମହାତାବଙ୍କ ୧୨୫ ତମ ଜୟନ୍ତି କମିଟିରେ ସାମିଲ ହୋଇ ଇସାରା ଦେଇଥିବା ଚର୍ଚ୍ଚା ହେଉଛି  ।  ତେବେ ଅମର କହିଛନ୍ତି ରାଜନୈତିକ ବନ୍ଧୁ ଓ  କର୍ମୀଙ୍କ ସହ ଆଲୋଚନା କରି  ଖୁବଶୀଘ୍ର ନିଷ୍ପତ ନେବି ।
 
ଅମର ବିଜେଡିକୁ ବାଏ ବାଏ କରିବାପରେ କିଏ ବଡଚଣାର ବିଜେଡିର ନେତୃତ୍ୱ ନେବ ଯାହାକୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ,  ରାଜନାରାୟଣ ମହାପାତ୍ର ନା ଜନ୍ମଜେୟ ଲେଙ୍କା । କାହାକୁ ଭରସା କରି ବିଜେଡି ସଂଗଠନ ଆଗକୁ ବଢିବ । ଏସବୁ ଭିତରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ସୀତାକାନ୍ତ ମହାପାତ୍ରଙ୍କ ପୁଅ କ୍ୟାପଟେନ ରାଜନାରାୟଣ ମହାପାତ୍ର ବଚଚଣାରେ ବନ୍ଧୁ ମିଳନର ଆୟୋଜନ କରିଛନ୍ତି  । ବନ୍ଧୁ ମିଳନ ଆଳରେ ତୃଣମୂଳ ସ୍ତରର ନେତା କର୍ମୀ, ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଗୋଟିଏ ମଂଚରେ ଏକାଠି କରିଛନ୍ତି । ଏସବୁ ଭିତରେ ଚର୍ଚ୍ଚା ହେଉଛି, ରାଜ୍ୟସ୍ତରୀୟ ନେତା ରାଜନାରାୟଣଙ୍କୁ ନେତ୍ୱତ୍ୱ ନେବା ପାଇଁ ଗ୍ରୀନ ସିଗନାଲ  ଦେଇଛନ୍ତି ।

କିଛି ଦିନ ହେଲା ବଡଚଣା ବିଜେଡି ତିନି ଭାଗରେ ବିଭକ୍ତ ହୋଇଯାଇଛି , ଯାହାକ ପ୍ରତିଫଳନ ପଦଯାତ୍ରାରେ ଦେଖିବାକୁ ମିଳିଥିଲା, ତେଣୁ ରାଜନାରାୟଣଙ୍କ ନେତୃତ୍ୱରେ ଦଳ  କେମିତି ଆଗକୁ ବଢିବ, ବିପକ୍ଷ ଗୋଷ୍ଠୀଙ୍କ ସମର୍ଥନ ରହିବ ତ ? ତା ଉପରେ ସମସ୍ତ ନଜର ରହିଛି ।