କନକବ୍ୟୁରୋ  : ଛାତ୍ରୀଙ୍କୁ ଅସଦାଚରଣ ମାମଲା ଅଭିଯୁକ୍ତ ଶିକ୍ଷକ ଅମର ପ୍ରସାଦ ମଲ୍ଲିକ ଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ  । ଏଣେ ଶିକ୍ଷକଙ୍କୁ ନିଲମ୍ବିତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ କେନ୍ଦ୍ରାପଡ଼ାଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି  ।   ଅଭିଯୋଗ ମୁତାବକ, ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଏକ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମରପ୍ରସାଦ ମଲ୍ଲିକ ବିଦ୍ୟାଳୟର  ଛାତ୍ରୀ ମାନଙ୍କ ସହିତ ଖରାପ ବ୍ୟବହାର କରି ଆସୁଥିଲେ  ।  ଗତକାଲି ସାତ ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସଂପର୍କରେ ଅଭିଯୋଗ ହୋଇଥିଲା ।  ଜଣେ ଛାତ୍ରୀ କାନ୍ଦିକାନ୍ଦି ଏକଥା ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ   ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବୈଠକକୁ ଯାଇଥିବା ପ୍ରଧାନଶିକ୍ଷକଙ୍କୁ ଶିକ୍ଷୟିତ୍ରୀ ଜଣକ ଏ ନେଇ ଫୋନ୍‌ରେ ଅବଗତ କରିଥିଲେ ।   ଆଜି ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଦୁଇଟି ପଞ୍ଚାୟତର ସରପଞ୍ଚଙ୍କ ସହ ଅଭିଯୋଗ କରିଥିବା ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ  ।  ସେମାନଙ୍କ ଉପସ୍ଥିତିରେ ଛାତ୍ରୀମାନଙ୍କୁ ଅଭିଯୋଗ ସମ୍ପର୍କରେ ପଚରା ଯାଇଥିଲା  । 

ଛାତ୍ରୀମାନେ ବିଜ୍ଞାନ ଶିକ୍ଷକଙ୍କ ଆଚରଣ ସଂପର୍କରେ କହିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା  ।   ସେ ଘଟଣାକୁ ସ୍ବୀକାର କରିବା ସହ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି ।  ଆଜି ସପ୍ତମ ଶ୍ରେଣୀର ୭ଜଣ ଓ ନବମ ଶ୍ରେଣୀର  ୮ଜଣ ଛାତ୍ରୀ ଏ ନେଇ ଲିଖିତ ଭାବେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ  ।    ପଚରାଉଚରା ବେଳେ ସମସ୍ତଙ୍କ ସମ୍ମୁଖରେ ୫୦ରୁ ଅଧିକ ଛାତ୍ରୀ ସମାନ ଅଭିଯୋଗ ଆଣିଥିଲେ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

ପରୀକ୍ଷାରେ ସାର୍‌ ନମ୍ବର କାଟିଦେବେ ଓ ଲୋକଲଜ୍ଜା ଭୟରେ ସେମାନେ ପୂର୍ବରୁ ଲିଖିତ ଅଭିଯୋଗ କରି ନଥିବା କହିଥିଲେ । ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଳଚୁଆ ସାମୁଦ୍ରିକ ଥାନାକୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ  ।  ଆଇଆଇସି ବିମଲ କୁମାର ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକ, ଅଭିଭାବକ, ପୀଡ଼ିତା ଛାତ୍ରୀମାନଙ୍କୁ ପଚରାଉଚରା କରିବା ପରେ ବିଜ୍ଞାନ ଶିକ୍ଷକଙ୍କୁ ଥାନାକୁ ନେଇଯାଇଥିଲେ  ।

ପରୀକ୍ଷାରେ ସାର୍‌ ନମ୍ବର କାଟିଦେବେ ଓ ଲୋକଲଜ୍ଜା ଭୟରେ ସେମାନେ  ପୂର୍ବରୁ ଲିଖିତ ଅଭିଯୋଗ କରି ନଥିବା କହିଥିଲେ  ।   ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଳଚୁଆ ସାମୁଦ୍ରିକ ଥାନାକୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ ।   ଆଇଆଇସି ବିମଲ କୁମାର ମଲ୍ଲିକ ବିଦ୍ୟାଳୟରେ  ପହଞ୍ଚି ପ୍ରଧାନଶିକ୍ଷକ, ଅଭିଭାବକ, ପୀଡ଼ିତା ଛାତ୍ରୀମାନଙ୍କୁ ପଚରାଉଚରା କରିବା ପରେ ବିଜ୍ଞାନ ଶିକ୍ଷକଙ୍କୁ ଥାନାକୁ ନେଇଯାଇଥିଲେ ।  ଘଟଣା ସଂପର୍କରେ ପ୍ରଧାନଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ  ।