କନକ ବ୍ୟୁରୋ : ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଗେରୁଆ ଅବତାର । ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଏଭଳି ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଯାହା ସମଗ୍ର ରାଜନଗର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ରାଜନଗରରେ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜନଗର ବ୍ଲକର ଗୋସିଗାଁ ନିକଟରୁ ବିରାଟ ଶୋଭାଯାତ୍ରା ବାହାରି ବାରଗାଁର ପ୍ରସିଦ୍ଧ ଆରାଧ୍ୟ ଦେବୀ ମା ମାଟିଆ ମଙ୍ଗଳାଙ୍କ ପୀଠରେ ପହଂଚି ଥିଲେ । ଶୋଭାଯାତ୍ରା ଯେତିକି ଚର୍ଚ୍ଚା ନଥିଲା ତାଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସାମିଲ ହେବା । ଗେରୁଆ ରଙ୍ଗର ଉତ୍ତରୀୟ ଓ ମୁକୁଟ ପିନ୍ଧି ଅଲଗା ଅନ୍ଦାଜରେ ଶୋଭାଯାତ୍ରା ସାମିଲ ହେବା ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି ।
ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଭିନ୍ନ ଅନ୍ଦାଜ ; ରାଜନୈତିକ ମହଲରେ ବଢ଼ାଇଲା ଚର୍ଚ୍ଚା
ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଗେରୁଆ ଅବତାର । ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଏଭଳି ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଯାହା ସମଗ୍ର ରାଜନଗର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
/kanak/media/media_files/2025/04/14/ljSzVrx9TAg7S8EI6zH9.jpg)