କନକ ବ୍ୟୁରୋ: ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟଙ୍କୁ ସମୟ ମାଗିଲେ ରାଜନଗର ବିଧାୟକ ଧ୍ରୁବ ସାହୁ। ଏହି ମାମଲାରେ ଜବାବ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଲେ ଧ୍ରୁବ। ୮ ଅକ୍ଟୋବରରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଗତ ସାଧାରଣ ନିର୍ବାଚନରେ ଧ୍ରୁବ ସାହୁ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ହାଇକୋର୍ଟରେ ମାମଲା କରିଥିଲେ ବିଜେପି ପ୍ରାର୍ଥୀ ଲଳିତ ବେହେରା। ଯେଉଁ ମାମଲାରେ ଜବାବ ଦାଖଲ ପାଇଁ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କୁ ନୋଟିସ କରିଥିଲେ ହାଇକୋର୍ଟ।