ହୋଲିରେ ଅଘଟଣ ; ସୁଉଚ୍ଚ ଆପାର୍ଟମେଣ୍ଟରେ ନିଆଁ, ୩ ମୃତ, ଫଶିଛନ୍ତି ୩୦ରୁ ଅଧିକ

ଗୁଜୁରାଟ ରାଜକୋଟରେ ଆଜି ହୋଲି ପାଳନ କରାଯାଉଛି । କିନ୍ତୁ ହୋଲିର ଦିନରେ ବଡ ଅଘଟଣ ଘଟିଛି । ଏଠାରେ ଥିବା ହାଇରାଇଜ୍ ବିଲ୍ଡିଙ୍ଗରେ ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ବିଲ୍ଡିଂରେ ୩୦ରୁ ଅଧିକ ଲେକା ଫଶିରହିଛନ୍ତି ।

APARTMENT FIRE

APARTMENT FIRE Photograph: (KanakNews)

କନକ ବ୍ୟୁରୋ: ଗୁଜୁରାଟ ରାଜକୋଟରେ ଆଜି ହୋଲି ପାଳନ କରାଯାଉଛି । କିନ୍ତୁ ହୋଲିର ଦିନରେ ବଡ ଅଘଟଣ ଘଟିଛି । ଏଠାରେ ଥିବା ହାଇରାଇଜ୍ ବିଲ୍ଡିଙ୍ଗରେ ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ବିଲ୍ଡିଂରେ ୩୦ରୁ ଅଧିକ ଲେକା ଫଶିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଥିବା ସୂଚନା ରହିଛି । 
 
ସୂଚନା ଅନୁସାରେ, ରାଜକୋଟରେ ଥିବା ୧୫୦ ଫୁଟ ରିଙ୍ଗରୋଡ୍ ସ୍ଥିତ ଆଟଲାଣ୍ଟିକ୍ ବିଲ୍ଡିଂରେ ଏଭଳି ଘଟଣା ଘଟିଛି । ଏହାର ୬ ମହଲାରେ ନିଆଁ ଲାଗିଛି । ଫଳରେ ୩୦ରୁ ଅଧିକ ଲୋକ ଫଶିରହିଛନ୍ତି । ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ୩୦ ଜଣଙ୍କ ମଧ୍ୟରୁ କିଛି ଲୋକ ନିଆଁରେ ପୋଡିଯାଇ ଆହତ ହୋଇଯାଇଥିବା ମଧ୍ୟ ଖବର ରହିଛି । ନିଆଁ ଲାଗିଥିବା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ଫାୟାର ବ୍ରିଗେଡ ପହଞ୍ଚିଥିବାବେଳେ ନିଆଁର ପ୍ରକୋପ ଅଧିକ ଥିବାରୁ ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ନାକେଦମ୍ ହୋଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe