କନକ ବ୍ୟୁରୋ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଆପ୍ କଲା ପ୍ରାର୍ଥୀ ଘୋଷଣା । ଟ୍ରାଇଡେଣ୍ଟ୍ ଗ୍ରୁପର ଅଧ୍ୟକ୍ଷ ରାଜିନ୍ଦର ଗୁପ୍ତାଙ୍କ ଦଳ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ସଞ୍ଜୟ ଅରୋଡା ବିଧାନସଭା ଉପ-ନିର୍ବାଚନ ଲଢ଼ିବା ପରେ ଏହି ରାଜ୍ୟସଭା ସିଟ୍ ଫାଙ୍କା ପଡ଼ିଛି, ଆଉ ଏବେ ଏହି ଉପନିର୍ବାଚନ ପାଇ ପ୍ରାର୍ଥୀ ଘୋଷଣା କରିଛି ଆପ୍ ।
ମିଳିଥିବା ସୂଚନା ମୁତାବକ, ରାଜିନ୍ଦର ଗୁପ୍ତା ପଞ୍ଜାବ ବିଧାନସଭାରେ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । କୁହାଯାଉଛି ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଧ୍ୟ ଉପସ୍ଥିତ ରହିବେ ।
ଜାଣିରଖିବା ଉଚିତ ଯେ, ପଞ୍ଜାବର ଏହି ଗୋଟିଏ ରାଜ୍ୟସଭା ସିଟ୍ ପାଇଁ ଉପ-ନିର୍ବାଚନ ଘୋଷଣା ହୋଇଛି । ଜୁଲାଇ ମାସରେ ସାଂସଦ ସଞ୍ଜୀବ ଅରୋଡାଙ୍କ ଇସ୍ତଫା ପରେ ଏହି ସିଟ୍ ଖାଲି ପଡ଼ିଥିଲା । ଆସନ୍ତା ଅକ୍ଟୋବର ୨୪ ତାରିଖରେ ଏଥିପାଇଁ ଭୋଟିଂ ହେବ ଏବଂ ସେହିଦିନ ହିଁ ଭୋଟ୍ ଗଣନା ହେବ । ସୂଚନାଯୋଗ୍ୟ ଯେ, ରାଜିନ୍ଦର ଗୁପ୍ତା ପଞ୍ଜାବର ଜଣେ ଉଦ୍ୟୋଗପତି ଭାବେ ବେଶ ପରିଚିତ । ସେ ଟ୍ରାଇଡେଣ୍ଟ୍ ଲିମିଟେଡର ସଂସ୍ଥାପକ ଏବଂ ଚେୟାରମ୍ୟାନ୍ ।