କନକ ବ୍ୟୁରୋ : ହୋଲ୍ଡ଼ିଂ ଟ୍ୟାକ୍ସ ଉପରେ ତଥ୍ୟ ଦେଉନି ବିଭାଗ । ବାର୍ଷିକ ୭୮ ଲକ୍ଷ ଟଙ୍କା ଲକ୍ଷ ରହିଛି । କିନ୍ତୁ ଆଦାୟ ହେଉଛି ମାତ୍ର ୫୦ଲକ୍ଷ । ଆଉ ୨୮ ଲକ୍ଷ କୁଆଡ଼େ ଗଲା । ତଥ୍ୟ ମାଗିଲେ ଗୋଟିଏ ମିଳୁଛି, ଆଉ ଗୋଟିଏ ନାହିଁ । ପୁରା ପ୍ରକ୍ରିୟାକୁ ନେଇ ସନ୍ଦେହ ଘେରରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌରପାଳିକା ।

୨୦ ୱାର୍ଡ଼ ବିଶିଷ୍ଟ ରାଜଗାଙ୍ଗପୁର ପୌରପାଳିକା । ୫,୨୪୬ଟି ବ୍ୟବସାୟିକ ପ୍ରତିଷ୍ଠାନ ଓ ବାସଗୃହ ଅଛି । ପ୍ରତିବର୍ଷ ଟିକସ ବାବଦରେ ୭୮ଲକ୍ଷ ଟଙ୍କା ଆଦାୟ ଲକ୍ଷ୍ୟ ରହିଛି । ମାତ୍ର ତା’ଠାରୁ କମ୍ ଅର୍ଥ ଆଦାୟ ହେଉଛି । ସୂଚନା ଅଧିକାର ଆଇନ୍ ବଳରେ ଜଣାପଡ଼ିଛି । ବ୍ୟବସାୟିକ ଅନୁଷ୍ଠାନ ପାଇଁ ପୌରପାଳିକାର ଧାର୍ୟ୍ୟ ଟିକସ ନୈରାସ୍ୟଜନକ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ହୋଟେଲ, ମଲ, କାରଖାନା, ମାର୍କେଟ କମ୍ପ୍ଲେକ୍ସରୁ କମ୍ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ସେହିଭଳି ପ୍ରଭାବଶାଳୀ ବ୍ୟକ୍ତି ଘରଭଡ଼ା ବାବଦ ଟିସକ ଫାଙ୍କୁଥିବା ପ୍ରମାଣ ଥାଇ ବି କାର୍ୟ୍ୟାନୁଷ୍ଠାନ ନେଉନି ବିଭାଗ ! ଫଳରେ ରାଜସ୍ୱହାନୀ ହେଉଥିବା ଅଭିଯୋଗ ହୋଇଛି । ତେବେ ପୌରପାଳିକାର କିଛି ଦୁର୍ନୀତି ଖୋର କର୍ମଚାରୀଙ୍କୁ ହାତବାରିସ କରି ଘରମାଲିକମାନେ ଟିକସ ଧାର୍ୟ୍ୟ କରୁଥିବା ସ୍ଥାନୀୟ ଲୋକ କହିଛନ୍ତି ।

ରାଜଗାଙ୍ଗପୁର ପୌରପାଳିକାରେ ଥିବା ବ୍ୟବସାୟକ ପ୍ରତିଷ୍ଠାନ ଗୁଡ଼ିକ କିଏ କେତେ ଟିକସ ଦେଉଛନ୍ତି ? ସେ ବାବଦରେ ବିଭାଗକୁ ସୂଚନା ପ୍ରଦାନ କରାଯାଉନଥିବା ସୁଚନା କର୍ମୀ କହିଛନ୍ତି ।