ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା ; ୩ ଶ୍ରମିକ ନିଖୋଜ

ରାଜଗାଙ୍ଗପୁରର ଡାଲମିଆଁ ସିମେଣ୍ଟ କାରଖାନା ଦୁର୍ଘଟଣାରେ ୩ ନିଖୋଜ । ଅନ୍ୟମାନେ ସୁରକ୍ଷିତ ଉଦ୍ଧାର ସୂଚନା । କମ୍ପାନୀ ଆଗରେ ଉତ୍ତେଜନା । ଜମାହେଲେ ଶ୍ରମିକଙ୍କ ସମ୍ପର୍କୀୟ । କାରଖାନା ସମ୍ମୁଖ ପୁଲିସ୍‌ ଛାଉଣି ।

 ଡାଲମିଆ ସିମେଣ୍‌ଟ

ଡାଲମିଆ ସିମେଣ୍‌ଟ Photograph: (KanakNews)

କନକ ବ୍ୟୁରୋ: ରାଜଗାଙ୍ଗପୁର ଡାଲମିଆଁ  ସିମେଣ୍ଟ କାରଖାନା ଦୁର୍ଘଟଣା ୩ ଜଣ ନିଖୋଜ । ୩ ଜଣ ଶ୍ରମିକ ନିଖୋଜ ଥିବା ରାଜଗାଙ୍ଗପୁର ତହସିଲଦାର କହିଛନ୍ତି । ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଓ  ରଞ୍ଜିତ ଭୋଳଙ୍କ ପତ୍ତା ମିଳୁ ନାହିଁ । ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାର କୁହାଯାଉଛି । 

କୋଇଲା ହପରରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ବଙ୍କର୍‌ ତଳେ ଶ୍ରମିକମାନେ କାମ କରୁଥିବାବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା । ବଙ୍କର୍‌ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ଶ୍ରମିକମାନେ ପୋତି ହୋଇଯାଇଥିଲେ। ବହୁ ସମୟ ପର୍ୟ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ । ଏହି ଖବର ପରେ କାରଖାନା ଭିତରକୁ କମ୍ପାନୀର ୩ଟି କ୍ରେନ ଓ ୩ଟି ନିଜସ୍ବ ଆମ୍ବୁଲାନ୍ସ ଯାଇଥିଲା । ୭ଟି ସରକାରୀ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡି ମଧ୍ୟ ନିୟୋଜିତ ହୋଇଥିଲେ । 

ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା, ସୁନ୍ଦରଗଡ଼ ଏଡିଏମ ଅଭିମନ୍ୟୁ ମାଝୀ, ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲ୍ଲିକଙ୍କ ସହ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟର ତଦାରଖ କରିଥିଲେ । କାରଖାନା ଆଗରେ ଉତ୍ତେଜନା ଦେଖାଦେଇଛି । ଶ୍ରମିକଙ୍କ ସମ୍ପର୍କୀୟ ଓ ପରିବାର ଲୋକ କାରଖାନା ଆଗରେ ଜମା ହୋଇହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ କାରଖାନା ସମ୍ମୁଖ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe