କନକ ବ୍ୟୁରୋ: ବିସିସିଆଇକୁ ନେଇ ଆସିଲା ବଡ଼ ଖବର । ରାଜୀବ ଶୁକ୍ଲା ହେବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ । ବୟସ ଦୃଷ୍ଟିରୁ ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ଥିବା ରୋଜର ବିନ୍ନୀଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି, ତେଣୁ ଏପରି ସ୍ଥିତିରେ ବିସିସିଆଇ ଉପାଧ୍ୟକ୍ଷ ଥିବା ରାଜୀବ ଶୁକ୍ଲା ଆସନ୍ତା ୩ ମାସ ପାଇଁ ବିସିସିଆଇର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ରୋଜର ବିନ୍ନୀଙ୍କୁ ଜୁଲାଇ ୧୯ ତାରିଖରେ ୭୦ ବର୍ଷ ହୋଇଯିବ । ଆଉ ବିସିସିଆଇର ସମ୍ବିଧାନ ଅନୁସାରେ ଅଧ୍ୟକ୍ଷ ପଦ ପାଇଁ ସର୍ବାଧିକ ବୟସ ସୀମା ରହିଛି ୭୦ ବର୍ଷ । ତେଣୁ ବିସିସିଆଇର ସମ୍ବିଧାନ ଅନୁସାରେ ରୋଜର ବିନ୍ନୀଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିବ । ଆଉ ଯେ ପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ରାଜୀବ ଶୁକ୍ଲା ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ।
୬୫ ବର୍ଷୀୟ ଶୁକ୍ଲା ୨୦୨୦ ମସିହାରୁ ବିସିସିଆଇର ଉପାଧ୍ୟକ୍ଷ ପଦରେ ଅଛନ୍ତି । ଏହାସହ ସେ ଉତ୍ତର ପ୍ରଦେଶ କ୍ରିକେଟ୍ ଆସୋସିଏସନର ସଚିବ ଏବଂ ଆଇପିଏଲ୍ ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିସାରିଛନ୍ତି । ୨୦୨୨ରେ ଯେତେବେଳେ ବିସିସିଆଇର ନୂଆ ଅଧ୍ୟକ୍ଷ ନିର୍ବାଚନ ହେଲା, ସେତେବେଳେ ଗାଙ୍ଗୁଲିଙ୍କ ସ୍ଥାନରେ ରୋଜର ବିନ୍ନୀ ନୂଆ ସଭାପତି ହୋଇଥିଲେ । ଆଉ ଏବେ ଏହି ପଦର ଅନ୍ତରୀଣ ଦାୟିତ୍ୱରେ ରହିପାରନ୍ତି ରାଜୀବ ଶୁକ୍ଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/06/02/EKfiZ93NUzKgP5Ev6iEz.jpg)