ଜନସାଧାରଣଙ୍କ ପାଇଁ ଖୁସି ଖବର; ଜାନୁଆରୀ ୧୩ରୁ ଖୋଲିବ ରାଜଭବନ ଉଦ୍ୟାନ

ରାଜଭବନ ଉଦ୍ୟାନ ଆସନ୍ତା ୧୩ ତାରିଖରୁ ଖୋଲା ରହିବ । ସର୍ବସାଧାରଣ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ବୁଲି ଦେଖିପାରିବେ ।

rajbhawan-garden

କନକ ବ୍ୟରୋ: ସମସ୍ତଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଜାନୁଆରୀ ୧୩ରୁ ୨୨ ଯାଏଁ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲିବ। ଏହି ସୁନ୍ଦର ପରିବେଶ ତଥଶ ଏଠିକାର ସୁନ୍ଦର ମନୋରମ ଦୃଶ୍ୟକୁ ମନ ଭରି ଉପଭୋଗ କରିବାକୁ ଜନସାଧାରଣଙ୍କୁ ମିଳିବ ସୁଯୋଗ। 

କିନ୍ତୁ ଏଥର ନିୟମ ଟିକେ ଅଲଗା ହୋଇଛି । କାରଣ କେବଳ ମୋବାଇଲ୍‌ ଆପ୍‌  ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ  ଅନୁମତି ଦିଆଯିବ । ରାଜଭବନ ଉଦ୍ୟାନ ପରିଦର୍ଶନ  ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।  ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍‌ ଆପ୍‌  ଡାଉନ୍‌ଲୋଡ଼ କରିବାକୁ ପଡ଼ିବ । ଓଡ଼ିଶାର ରାଜଭବନ  ୱେବ୍‌ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍‌ କୋଡ଼ ମାଧ୍ୟମରେ ମୋବାଇଲ୍‌ ଆପ୍‌ ମଧ୍ୟ ଡାଉନ୍‌ଲୋଡ  କରାଯାଇପାରିବ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe