କନକ ବ୍ୟରୋ: ସମସ୍ତଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଜାନୁଆରୀ ୧୩ରୁ ୨୨ ଯାଏଁ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲିବ। ଏହି ସୁନ୍ଦର ପରିବେଶ ତଥଶ ଏଠିକାର ସୁନ୍ଦର ମନୋରମ ଦୃଶ୍ୟକୁ ମନ ଭରି ଉପଭୋଗ କରିବାକୁ ଜନସାଧାରଣଙ୍କୁ ମିଳିବ ସୁଯୋଗ।
କିନ୍ତୁ ଏଥର ନିୟମ ଟିକେ ଅଲଗା ହୋଇଛି । କାରଣ କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ । ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନ୍ଲୋଡ଼ କରିବାକୁ ପଡ଼ିବ । ଓଡ଼ିଶାର ରାଜଭବନ ୱେବ୍ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍ କୋଡ଼ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ୟ ଡାଉନ୍ଲୋଡ କରାଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/12/UnnTOSNX1iS5Ej1EYWTP.jpg)