ଓଡ଼ିଶାରେ ରାଜସ୍ଥାନୀ ବାଦାମର ରାଜ୍: ଉପେକ୍ଷିତ ଓଡ଼ିଆ ଚାଷୀ

Advertisment

ଓଡ଼ିଶାରେ ଉତ୍ପାଦିତ ବାଦାମର ମୂଲ୍ୟ କିଲୋ ପ୍ରତି ମାତ୍ର ୬୦ ଟଙ୍କା ଥିବାବେଳେ, ରାଜସ୍ଥାନୀ ବାଦାମ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି । ତଥାପି ବଜାରରେ ଓଡ଼ିଶା ବାଦାମର ଅଭାବ ଏବଂ ରାଜସ୍ଥାନୀ ବାଦାମର ଚାହିଦା ବଢ଼ିବାରେ ଲାଗିଛି ।

ଓଡ଼ିଶାରେ ଉତ୍ପାଦିତ ବାଦାମର ମୂଲ୍ୟ କିଲୋ ପ୍ରତି ମାତ୍ର ୬୦ ଟଙ୍କା ଥିବାବେଳେ, ରାଜସ୍ଥାନୀ ବାଦାମ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି । ତଥାପି ବଜାରରେ ଓଡ଼ିଶା ବାଦାମର ଅଭାବ ଏବଂ ରାଜସ୍ଥାନୀ ବାଦାମର ଚାହିଦା ବଢ଼ିବାରେ ଲାଗିଛି ।

Odisha

Odisha Photograph: (kanak news)

କନକ ବ୍ୟୁରୋ : ଓଡ଼ିଶା ବଜାରରେ ଏବେ ରାଜସ୍ଥାନୀ ବାଦାମର ଚାହିଦା ଅଧିକ । ଗାଁ ଗଳିଠାରୁ ଆରମ୍ଭ କରି ସହରର ବସ୍‌ଷ୍ଟାଣ୍ଡ ଯାଏଁ, ସବୁଠି ଦେଖିବାକୁ ମିଳୁଛି ରାଜସ୍ଥାନୀ ବାଦାମ। ବିଡ଼ମ୍ବନାର ବିଷୟ ହେଉଛି, ଓଡ଼ିଶାରେ ଉତ୍ପାଦିତ ବାଦାମର ମୂଲ୍ୟ କିଲୋ ପ୍ରତି ମାତ୍ର ୬୦ ଟଙ୍କା ଥିବାବେଳେ, ରାଜସ୍ଥାନୀ ବାଦାମ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି । ତଥାପି ବଜାରରେ ଓଡ଼ିଶା ବାଦାମର ଅଭାବ ଏବଂ ରାଜସ୍ଥାନୀ ବାଦାମର ଚାହିଦା ବଢ଼ିବାରେ ଲାଗିଛି ।

ଏଭଳି ପରିସ୍ଥିତି ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଓଡ଼ିଶାରେ ବାଦାମ ଚାଷ ପ୍ରତି ସରକାରୀ ପ୍ରୋତ୍ସାହନର ଅଭାବ । ଧାନ ଓ ମୁଗ ଚାଷ ଅପେକ୍ଷା ବାଦାମ ଚାଷରେ ଢେର ଅଧିକ ଲାଭ ଥିଲେ ମଧ୍ୟ ଚାଷୀମାନେ ଏଥିରୁ ମୁହଁ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ସମୟରେ ଉନ୍ନତ ମାନର ବାଦାମ ବିହନ ମିଳୁନାହିଁ । ଯଦି କେହି ଚାଷୀ ଧାରକରଜ କରି କଷ୍ଟେମଷ୍ଟେ ଫସଲ ଅମଳ କରୁଛନ୍ତି, ତେବେ ତାହାକୁ ବିକ୍ରି କରିବା ପାଇଁ ରାଜ୍ୟରେ ଉପଯୁକ୍ତ ମଣ୍ଡି ବ୍ୟବସ୍ଥା ନାହିଁ ।

ଅଧିକ ପଢ଼ନ୍ତୁ---ଚିନାବାଦାମ ଚାଷୀଙ୍କୁ ଠକିଦେଲେ ସରକାର, ମିଳିଲାନି ସରକାରୀ ବିହନ, ଫାଇଦା ନେଉଛନ୍ତି ଘରୋଇ ବ୍ୟବସାୟୀ

ଅନ୍ୟପକ୍ଷରେ, କୃଷି ଅଧିକାରୀମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସରକାରୀ ସ୍ତରରେ ଆବଶ୍ୟକ ଅନୁପାତରେ ବିହନ ଯୋଗାଣ ହୋଇପାରୁନାହିଁ, ଯାହା ଫଳରେ ରାଜ୍ୟରେ ଚିନାବାଦାମ ଉତ୍ପାଦନ କ୍ରମାଗତ ଭାବେ ହ୍ରାସ ପାଉଛି । ଯଦି ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଏବଂ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ଓଡ଼ିଶା ବାଦାମ ଉତ୍ପାଦନ କ୍ଷେତ୍ରରେ ସମ୍ପୂର୍ଣ୍ଣ ପଛୁଆ ପଡ଼ିଯିବ ଏବଂ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe