କନକ ବ୍ୟୁରୋ: ଓଡିଶାର ଗଣ ପର୍ବ ରଜ । ପ୍ରତିବର୍ଷ ଓଡ଼ିଶାର ଘରେଘରେ ପାଳନ ହୁଏ ରଜ । ଦୋଳି ଲାଗେ, ଘରେ ପିଠା ପଣା ହୁଏ । ଝିଅ ମାନେ ନୂଆ ପୋଷାକ ପିନ୍ଧିଥାନ୍ତି । ଆଉ ବେଶ ଆନନ୍ଦ ଉଲ୍ଲାସର ସହ ରଜ ପର୍ବକୁ ପାଳନ କରାଯାଇଥାଏ । ରଜ ଆସିବାକୁ ଆଉ କିଛି ଦିନ ଥିବା ସବୁଠି ଆରମ୍ଭ ହେଲାଣି ରଜ ପ୍ରସ୍ତୁତି ।
ଦିନ କେଇଟା ପରେ ରଜ । ଚାଲିଲାଣି ସଜବାଜ । ଚଳଚଂଚଳ ପୁରପଲ୍ଲୀ । ଏଠି ତ ୨ ମାସ ପୂର୍ବରୁ ହୁଏ ରଜ ପ୍ରସ୍ତୁତି । ସ୍ବତନ୍ତ୍ର ଆଖଡ଼ା ଘରେ ଚାଲିଛି ପ୍ରସ୍ତୁତି । ଗାଁ ରଜ କମିଟି ଦ୍ବାରା ରଜ ମହୋତ୍ସବ ପାଇଁ ପିଲାଙ୍କୁ ନାଚ, ଗୀତର ପ୍ରଶିକ୍ଷଣ ଦିଆଯାଉଛି । ଛୋଟରୁ ବଡ଼, ପୁଅ-ଝିଅ ସମସ୍ତେ ନାଚରେ ଭାଗ ନେଇଥାନ୍ତି । ନାଚ-ଗୀତ ସହ ଦୋଳି ଓ ବିଭିନ୍ନ ଖେଳରେ ଜମେ ରଜ ମଉଜ ।
୧୫ ବର୍ଷ ହେବ ରଜପର୍ବକୁ ନିଆରା ଢଙ୍ଗରେ ପାଳନ କରୁଛନ୍ତି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଗୋପପୁରବାସୀ । ଗାଁର ୫୦ରୁ ୬୦ ପିଲା ଦୈନିକ ୩ରୁ ୪ ଘଣ୍ଟା ନାଚ ସହିତ ବିଭିନ୍ନ ପ୍ରକାର ଖେଳ ଅଭ୍ୟାସ କରିଥାନ୍ତି । ନିଜ ଗାଁରେ ରଜ ପର୍ବକୁ ଏତେ ସୁନ୍ଦର ଭାବେ ପାଳନ କରାଯାଉଥିବାରୁ ସମସ୍ତେ ବେଶ ଖୁସି ଅନୁଭବ କରନ୍ତି ।
ପ୍ରତିବର୍ଷ ପରି ଚଳିତ ବର୍ଷ ରଜ ମହୋତ୍ସବକୁ ସୁରୁଖୁରୁରେ ଶେଷ କରିବାକୁ ଗାଁ ରଜ କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/06/10/7CmnlI6gNR2NUc8RHHqy.jpg)