କନକ ବ୍ୟୁରୋ : କେନ୍ଦୁଝର ଗନ୍ଧମାର୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ଅକଳରେ ପଡିଛନ୍ତି ବିଜୁ ଜନତା ଦଳର ନେତା ରାଜାଚକ୍ର । ଗୋଟିଏ ପଟେ ଇଓଡବଲ୍ୟୁ ଘାଣ୍ଟୁଥିବାବେଳେ ଆଉ ଗୋଟିଏ ପଟେ ରାଜାଚକ୍ରକୁ ନେଇ କେନ୍ଦୁଝର ରାଜନୀତି ଚଳଚଂଚଳ । କୁହାଯାଉଛି, ଜିଲ୍ଲାର ହେଭିୱେଟ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରିପାତ୍ରଙ୍କ ଛତ୍ରଛାୟା ତଳେ ରହି କେନ୍ଦୁଝରର ପ୍ରଭାବ ବିସ୍ତାର କରିଛି ରାଜା। ୨୦୦୪ରେ ଛାତ୍ର ବିଜେଡିରେ ଯୋଗଦେଇଥିଲେ ରାଜା । ପରେ ପୂର୍ବତନ ମନ୍ତ୍ରୀଙ୍କ ସମର୍ଥନରେ ରାଜନୀତିରେ ପରିଚୟ ପାଇବା ସହ ଯୁବ ବିଜେଡି ସଭାପତି ପଦ ହାତେଇଥିଲେ ।
ବ୍ରଦି ପାତ୍ରଙ୍କ କାନ୍ଧରେ ରହି ରାଜା କେନ୍ଦୁଝରରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା। ଏପରିକି ବଦ୍ରିଙ୍କ ସହାୟତାରେ ଶଂଖ ଭବନର ପହଁଚିଥିଲା । ପରେ ବିଜେଡି ପାୱାରକରିଡରର ପାଖ ଲୋକ ହୋଇ କେନ୍ଦୁଝର ଖଣି ବେପାରକୁ ପରିଚାଳନା ଦାୟିତ୍ବ ନେଇଥିଲେ । ଏହାପରେ ତାଙ୍କ ସାମ୍ରାଜ୍ୟ ବଢି ବଢି ଚାଲିଥିଲା
କୁହାଯାଏ, କେନ୍ଦୁଝରର ପ୍ରାୟ ସବୁ ଖଣିରେ ରାଜାଚକ୍ରର ରାଜ ଚାଲେ । ଏବେ ଇଓଡବ୍ଲୁର ଜେରା ପରେ ଧିରେ ଧିରେ ରାଜାର ବ୍ୟବସାୟିକ ସାମ୍ରାଜ୍ୟ ଖୋଲୁଛି । କୁହାଯାଉଛି
ରାଜାର ସାମ୍ରାଜ୍ୟ?
-ବଡ଼ବିଲ ଖଣି ଅଞ୍ଚଳର ଅଧିକାଂଶ ଖଣିରେ ଅଛି ଅନେକ ପ୍ଲାଣ୍ଟ
-ଏଥିରୁ ରୋଜଗାର ମାସକୁ ଶହେ କୋଟି!
-କେନ୍ଦୁଝରର ଲଘୁ ଖଣିଜ ବ୍ୟବସାୟରେ ରାଜାର ବେଶ୍ ପ୍ରଭାବ
- ଜିଲ୍ଲାରେ ରାଜାର ଅନେକ କ୍ରସର ରହିଛି
-କଳାପଥର ପାହାଡ଼ ଖୋଳି ଟଙ୍କା କମାଉଥିଲେ !
ସ୍ଥିତି ଏମିତି ଥିଲା ଯେ, ଜିଲ୍ଲାର ବଡ଼ ବଡ୍ ପ୍ରଶାସନିକ ଅଧିକାରୀ ରାଜାଚକ୍ରକୁ ଖୋଲାହାତ ଛାଡିଦେଇଥିଲେ । ଦଳର ବଡ ବଡ ନେତା ବି ଜିଲ୍ଲାରେ ଅଲୋଡା ହୋଇପଡ଼ିଥିଲେ ।
ଏବେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏଥିରେ ରାଜାଙ୍କ ସହ ବିଜେଡି ନେତା ସାମିଲ ଥିବା ଅଭିଯୋଗରେ ଇଓଡବ୍ଲୁ ଖୋଳତାଡ ଆରମ୍ଭ କରିଛି । ରାଜଚକ୍ରର ଘର ସହ ବିଭିନ୍ନ ସ୍ଥାନରେ ରେଡ ଚାଲିଛି ।