ସରୁନି ରାଜା ଚକ୍ରଙ୍କ ଅଡୁଆ ; ଜାମିନ ଖାରଜ କଲେ କୋର୍ଟ

Advertisment

ରାଜା ଚକ୍ରଙ୍କ ସମ୍ପୃକ୍ତି ଥିବା ବିଭିନ୍ନ ସଂସ୍ଥାରେ ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ୨ ଜଣିଆ ଟିମ୍ । ଜଙ୍ଗଲ ଜମିରେ ରାଜାଙ୍କ ଫାର୍ମ ହାଉସ୍ ଥିବା ଅଭିଯୋଗର ଖୋଳତାଡ଼ କରିଛି ଇଓଡବ୍ଲୁ । ବନ ବିଭାଗ ଓ ରାଜସ୍ବ ବିଭାଗର ଅଧିକାରୀଙ୍କୁ ସାଙ୍ଗରେ ନେଇ ତଦନ୍ତ କରାଯାଇଛି ।

raja chakra

raja chakra Photograph: (KanakNews)

କନକ ବ୍ୟୁରୋ: କମୁନି କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କ ଅଡ଼ୁଆ । ରାଜା ଚକ୍ରଙ୍କ ସମ୍ପୃକ୍ତି ଥିବା ବିଭିନ୍ନ ସଂସ୍ଥାରେ ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ୨ ଜଣିଆ ଟିମ୍ । ଜଙ୍ଗଲ ଜମିରେ ରାଜାଙ୍କ ଫାର୍ମ ହାଉସ୍ ଥିବା ଅଭିଯୋଗର ଖୋଳତାଡ଼ କରିଛି ଇଓଡବ୍ଲୁ । ବନ ବିଭାଗ ଓ ରାଜସ୍ବ ବିଭାଗର ଅଧିକାରୀଙ୍କୁ ସାଙ୍ଗରେ ନେଇ ତଦନ୍ତ କରାଯାଇଛି । କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ମାମଲାରେ ଛନ୍ଦି ହୋଇଥିବା ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କର ଅଡୁଆ ବଢ଼ି ବଢ଼ି ଚାଲିଛି । ତାଙ୍କର ଗୋପାଳପୁର ଠାରେ ଥିବା ଫାର୍ମ ହାଉସ୍, ବିଭିନ୍ନ ସ୍ଥାନରେ ଥିବା କ୍ରସର୍ ଏବଂ ଅନ୍ୟ ସଂସ୍ଥାରେ ଆଜି କ୍ରାଇମବ୍ରାଞ୍ଚର ଜଣେ ଅଫିସରଙ୍କ ନେତୃତ୍ୱରେ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଛନ୍ତି । ସେପଟେ ରାଜା ଚକ୍ରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । କୋଟି କୋଟି ଟଙ୍କା ହେରଫେର ମାମଲା ଥିବାରୁ ଜାମିନ୍ ଖାରଜ କରିଛନ୍ତି ବାଲେଶ୍ବର ଓପିଆଇଡି କୋର୍ଟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe