ଖୋଲୁଛି ରାଜା ଚକ୍ରଙ୍କ ଚକ୍ରବ୍ୟୂହ: ଜାଲ କାଗଜପତ୍ର ଦେଇ ଟଙ୍କା ଆତ୍ମସାତ, ହେଭିୱେଟଙ୍କ ପାଖକୁ ଯାଇଛି କୋଟିକୋଟି

ଇଓଡବ୍ଲ୍ୟୁ ଘାଣ୍ଟିବା ପରେ ଖୋଲିଛି ବିଜେଡି ନେତା ରାଜା ଚକ୍ରଙ୍କ କୋଟିକୋଟି ଟଙ୍କା କେଳେଙ୍କାରୀର ଗୁମର । ଧରାପଡିଯାଇଛି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ୍ ସୋସାଇଟିର କେମିତି ଚାଲିଥିଲା ଦୁର୍ନୀତି । ଅନ୍ୟପଟେ ୧୦ଟି ଠିକଣାରେ ଚଢ଼ାଉ କରି ଦୁର୍ନୀତିର ଚେର କେଉଁ ଯାଏ ଲମ୍ବିଛି ତାହା ଖୋଜୁଛନ୍ତି ତଦନ୍ତକାରୀ ଟିମ୍ । 

7 PM 4raja

Photograph: (kanak news)

କନକ ବ୍ୟୁରୋ: ଇଓଡବ୍ଲ୍ୟୁ ଘାଣ୍ଟିବା ପରେ ଖୋଲିଛି ବିଜେଡି ନେତା ରାଜା ଚକ୍ରଙ୍କ କୋଟିକୋଟି ଟଙ୍କା କେଳେଙ୍କାରୀର ଗୁମର । ଧରାପଡିଯାଇଛି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ୍ ସୋସାଇଟିର କେମିତି ଚାଲିଥିଲା ଦୁର୍ନୀତି । ଅନ୍ୟପଟେ ୧୦ଟି ଠିକଣାରେ ଚଢ଼ାଉ କରି ଦୁର୍ନୀତିର ଚେର କେଉଁ ଯାଏ ଲମ୍ବିଛି ତାହା ଖୋଜୁଛନ୍ତି ତଦନ୍ତକାରୀ ଟିମ୍ । 

ଇଓଡବ୍ଲ୍ୟୁ ଘାଣ୍ଟିବା ପରେ ସାମନାକୁ ଆସିଛି ରାଜା ଚକ୍ର କେମିତି ଜାଲ କାଗଜପତ୍ର ଜରିଆରେ କୋଟିକୋଟି ଟଙ୍କା ଆତ୍ମସାତ କରିଛନ୍ତି । ପ୍ରଥମ ଦିନରେ କେଳେଙ୍କାରୀର ପ୍ରମାଣ ମିଳିବା ପରେ ଦ୍ବିତୀୟ ଦିନରେ ରାଜାଙ୍କ ୧୦ଟି ଠିକଣାରେ ଚଢ଼ାଉ କରିଛନ୍ତି ଇଓଡବ୍ଲ୍ୟୁ ଓ ଏସଟିଏଫ। କେନ୍ଦୁଝରରେ ପରିବାର ଲୋକଙ୍କ ପଚରାଉଚୁରା କରିଛନ୍ତି। ସେଠାରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ପରିବହନରେ ବ୍ୟବହୃତ ୧୭ଟି ବଡ ଗାଡ଼ି, ଫର୍ଚ୍ୟୁନର କାର, ହାର୍ଲେ ଡାଭିଡସନ ଗାଡ଼ି ଜବତ ହୋଇଛି । ତେବେ ଦୁର୍ନୀତିର ଏହି ଚେର ଯାଜପୁର ଦେଇ ଭୁବନେଶ୍ବର ପର୍ୟ୍ୟନ୍ତ ଲମ୍ବିଛି ବୋଲି ଅଭିଯୋଗ କରିଛନ୍ତି ଖଣି କ୍ଷତିଗ୍ରସ୍ତ । 

ସବୁଠୁ ବଡ଼କଥା ହେଉଛି, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସଦସ୍ୟ ନଥାଇ ମଧ୍ୟ ରାଜାଙ୍କ ଆକାଉଣ୍ଟକୁ ଶତାଧିକ ଥର ଟଙ୍କା ଯାଇଥିବା ଜଣାପଡିଛି । ରାଜାଙ୍କ ଆକାଉଣ୍ଟରୁ ବି ୧୦ରୁ ଅଧିକ ହେଭିୱେଟଙ୍କୁ କୋଟିକୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି। କିଏ କାହିଁକି ଓ କେମିତି ରାଜାଙ୍କଠାରୁ କୋଟି କୋଟି ଟଙ୍କା ନେଇଥିଲେ, ସେନେଇ ଖୋଳତାଡ଼ କରୁଛି ସ୍ୱତନ୍ତ୍ର ଟିମ୍ ।

ସେପଟେ ଦୁର୍ନୀତିରେ ଉବୁଟୁବୁ ହୋଇଥିବା ଏହି ସଂସ୍ଥା କେମିତି ଓ.ଏମ୍.ସି.କୁ ଜାଲ କାଗଜପତ୍ର ଦେଇ କାମ ହାତେଇ ଥିଲା, ସେନେଇ ଛାନବିନ୍ ଆରମ୍ଭ ହୋଇଛି। ଯାହାକୁ ନେଇ ଓ.ଏମ୍.ସି.କୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ। ଲୋଡିଂ ଏଜେନ୍ସିଠାରୁ ଜାଲ ଡକ୍ୟୁମେଣ୍ଟ ନେଇ କାମ ଦେଇଥିବା ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବ ତଦନ୍ତକାରୀ ସଂସ୍ଥା। 

ଏଠାରେ ପ୍ରଶ୍ନ ଉଠୁଛି- 
 - ରାଜା ଚକ୍ରଙ୍କଠାରୁ ଟଙ୍କା ଖାଇ ମାଲାମାଲ ହୋଇଥିବା ରାଜନେତାମାନେ କିଏ?
 - ଜାଲ କାଗଜପତ୍ର ଦେଖି ବି କାହିଁକି ଯାଞ୍ଚ କରି ନଥିଲା ଓଡ଼ିଶା ମାଇନିଂ କର୍ପୋରେସନ୍?
 - ରାଜାଙ୍କ ଆକାଉଣ୍ଟରୁ ସରକାରୀ ଅଫିସର କାହିଁକି ନେଇଥିଲେ ମୋଟାଅଙ୍କର ଟଙ୍କା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe