ଶୁଆକାଟି ଲୋଡିଙ୍ଗ କୋପରେଟିଭ୍ ସୋସାଇଟି ଦୁର୍ନୀତି ମାମଲା, ରାଜା ଚକ୍ରର ଦୁଇ ସହଯୋଗୀ ସୁଶାନ୍ତ ସାମଲ ଓ ପ୍ରଭାତ ପଟ୍ଟନାୟକଙ୍କୁ ଉଠାଇ ଜେରା କରୁଛି ଇଓଡବ୍ଲୁ

Advertisment

କେନ୍ଦୁଝରର ଯୁବ ବିଜେଡି ନେତା ରାଜା ଚକ୍ରଙ୍କ ଦୁଇ ସହଯୋଗୀଙ୍କୁ ଜେରା । ବହୁଚର୍ଚ୍ଚିତ ଶୁଆକାଟି ଲୋଡିଙ୍ଗ କୋପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାର ଦ୍ଵିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ କୁମାର ସାମଲଙ୍କୁ ଜେରା କରିଛି ଇଓଡବ୍ଲୁ ।

କେନ୍ଦୁଝରର ଯୁବ ବିଜେଡି ନେତା ରାଜା ଚକ୍ରଙ୍କ ଦୁଇ ସହଯୋଗୀଙ୍କୁ ଜେରା । ବହୁଚର୍ଚ୍ଚିତ ଶୁଆକାଟି ଲୋଡିଙ୍ଗ କୋପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାର ଦ୍ଵିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ କୁମାର ସାମଲଙ୍କୁ ଜେରା କରିଛି ଇଓଡବ୍ଲୁ ।

Raja

Photograph: (KanakNews )

କନକ ବ୍ୟୁରୋ : କେନ୍ଦୁଝରର ଯୁବ ବିଜେଡି ନେତା ରାଜା ଚକ୍ରଙ୍କ ଦୁଇ ସହଯୋଗୀଙ୍କୁ ଜେରା । ବହୁଚର୍ଚ୍ଚିତ ଶୁଆକାଟି ଲୋଡିଙ୍ଗ କୋପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାର ଦ୍ଵିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ କୁମାର ସାମଲଙ୍କୁ ଜେରା କରିଛି ଇଓଡବ୍ଲୁ । ସୁଶାନ୍ତଙ୍କୁ ଜେରା କରି ତାର କାରବାର ବୁଝୁଥିବା ପ୍ରଭାତ ପଟ୍ଟନାୟକଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ଜଣଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିଛି ଇଓଡବ୍ଲୁ । ଯେଉଁଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି । 

ଏହା ପୂର୍ବରୁ ୨୦୧୦-୧୧ ବେଳେ ଓଡ଼ିଶା ମାଇନିଂ କର୍ପୋରେସନରୁ ଖଣିଜ ପଦାର୍ଥ ଚୋରି ମାମଲାରେ ବନ୍ଧା ହୋଇଥିଲେ ସୁଶାନ୍ତ ସାମଲ । କିଛି ଦିନ ତଳେ ରାଜା ଚକ୍ରକୁ ଦୀର୍ଘ ୧୧ ଘଣ୍ଟା ଧରି ମାରାଥନ୍ ଜେରା କରିଥିଲା ଇଓଡବ୍ଲୁ । ଏହାପରେ ରାଜାର ବିଭିନ୍ନ ଠିକଣାରେ ରେଡ୍ ହୋଇଥିଲା । ରାଜା ଚକ୍ରଙ୍କ ନିୟନ୍ତ୍ରଣକୁ ଲୋଡିଂ ଏଜେନ୍ସି ଆସିବା ପରେ ଏଜେନ୍ସିର ସ୍ଥାୟୀ କାର୍ଯ୍ୟାଳୟରୁ ଏହାକୁ ସ୍ଥାନାନ୍ତର କରି ସୁଶାନ୍ତ ସାମଲଙ୍କ ଘରକୁ ହାଇଜାକ୍ କରାଯାଇଥିଲା । ସେହିଠାରୁ ରାଜା ଚକ୍ରଙ୍କ ଇଙ୍ଗିତରେ ସବୁ ଅର୍ଥ କାରବାର ହେଉଥିଲା । ଏହି ସବୁ ବେଆଇନ କାର୍ଯ୍ୟରେ ସୁଶାନ୍ତ ସାମଲ ମଧ୍ୟ ଅନ୍ୟତମ ମୁଖ୍ୟ କାର୍ପଟଦାର ଥିଲେ । ସୁଶାନ୍ତଙ୍କୁ ଜେରା ପରେ ବହୁ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe