କନକବ୍ୟୁରୋ : ରାଜା ଚକ୍ରଙ୍କୁ ମିଳିଲା ଜାମିନ। କେନ୍ଦୁଝର କୋର୍ଟରେ ଚାଲିଥିବା ମାମଲାରେ ୧୫ ଦିନ ପାଇଁ ସର୍ତ୍ତମୁଳକ ଜାମିନ ପ୍ରଦାନ କଲେ ଜିଲ୍ଲା ଦୌରାଜଜ୍ । ଶଶୁରଙ୍କ ମୃତ୍ୟୁ ପରେ ତାଙ୍କର କ୍ରିୟାକର୍ମରେ ଯୋଗ ଦେବାପାଇଁ ଜାମିନ ମଞ୍ଜୁର । କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ କୋର୍ଟରେ ହାଜର ହେବା ସର୍ତ୍ତ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିର ମୁଖ୍ୟ କାର୍ପଟଦାର ରାଜା ଚକ୍ର । ରାଜା ଜେଲ୍ ଯିବା ପରେ ରାଜାଙ୍କ ବିରୋଧରେ ଖଣି ଅଞ୍ଚଳର ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି । ରାଜା ଚକ୍ର ଯେଉଁମାନଙ୍କ ଛତ୍ରଛାୟା ତଳେ କାମ କରୁଥିଲେ, ଯାହା ନିର୍ଦ୍ଦେଶରେ କାମ କରୁଥିଲେ , ସେମାନେ ସମସ୍ତେ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ।
ରାଜା ଚକ୍ରଙ୍କୁ ମିଳିଲା ଜାମିନ : ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ହୋଇଥିଲେ ଗିରଫ
ରାଜା ଚକ୍ରଙ୍କୁ ମିଳିଲା ଜାମିନ । କେନ୍ଦୁଝର କୋର୍ଟରେ ଚାଲିଥିବା ମାମଲାରେ ୧୫ ଦିନ ପାଇଁ ସର୍ତ୍ତମୁଳକ ଜାମିନ ପ୍ରଦାନ କଲେ ଜିଲ୍ଲା ଦୌରାଜଜ୍ ।
/kanak/media/media_files/2025/08/02/18-2025-08-02-10-48-50.jpg)