ମହାରାଷ୍ଟ୍ରରେ ଚାଲିଲାନି ରାଜ୍ ଠାକରେଙ୍କ ରାଜ୍ । ସମସ୍ତ ପ୍ରାର୍ଥୀଙ୍କ ସହ ପୁଅ ବି ପରାଜିତ

Advertisment

ସେପଟେ ବିରୋଧୀ ମେଣ୍ଟ ମହାବିକାଶ ଅଘାଡିର ଶୋଚନୀୟ ପରାଜୟ ହୋଇଛି । ଏହାରି ଭିତରେ ରାଜ୍ ଠାକରେଙ୍କ ନେତୃତ୍ୱାଧୀନ  ମହାରାଷ୍ଟ୍ର ନବ ନିର୍ମାଣ ସେନା ସମସ୍ତ ଆସନରେ ପରାଜିତ ହୋଇଛି । ୧୨୫ ଟି ଆସନରେ ନିର୍ବାଚନ ଲଢିଥିଲେ ବି ଦଳ ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇନାହିଁ ।

òK\iò\iþò\

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବଡ଼ ବଡ଼ ରାଜନୈତିକ ବିଶ୍ଳେଷକମାନଙ୍କୁ ମଧ୍ୟ ଚମକାଇଦେଇଛି । ବିଜେପି ନେତୃତ୍ୱ ମହାୟୁତିର ମହାବିଜୟ ହୋଇଛି । ସେପଟେ ବିରୋଧୀ ମେଣ୍ଟ ମହାବିକାଶ ଅଘାଡିର ଶୋଚନୀୟ ପରାଜୟ ହୋଇଛି । ଏହାରି ଭିତରେ ରାଜ୍ ଠାକରେଙ୍କ ନେତୃତ୍ୱାଧୀନ  ମହାରାଷ୍ଟ୍ର ନବ ନିର୍ମାଣ ସେନା ସମସ୍ତ ଆସନରେ ପରାଜିତ ହୋଇଛି । ୧୨୫ ଟି ଆସନରେ ନିର୍ବାଚନ ଲଢିଥିଲେ ବି ଦଳ ଗୋଟିଏ ଆସନରେ ଜିତିବାରେ ସକ୍ଷମ ହୋଇନାହିଁ ।

୨୦୦୯ ମସିହାରେ ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ନବ ନିର୍ମାଣ ସେନା । ଏହି ନିର୍ବାଚନରେ ଦଳ ୧୩ ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା । ଯାହାକି ଦଳର ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହାପରେ ପ୍ରତି ନିର୍ବାଚନରେ ଦଳର ପ୍ରଦର୍ଶନ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ୨୦୧୯ ମସିହାରେ ଦଳକୁ ମାତ୍ର ଗୋଟିଏ ଆସନ ମିଳିଥିଲା । ହେଲେ ଚଳିତ ଥର ଦଳ ଖାତା ଖୋଲିବାରେ ଅସର୍ମଥ ହୋଇଛି । ୨୦୦୯ ରେ ଏମଏନଏସକୁ ୫.୭୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୪ ରେ ୩.୧୫ ପ୍ରତିଶତ ଓ ୨୦୧୯ରେ ୨.୨୫ ପ୍ରତିଶତ ଭୋଟ ମିଳିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe