ଭାଇ ଦେଲା ଭାଇକୁ ଧୋକା ; ବିରୋଧୀଙ୍କ ସହ ହାତ ମିଳାଇଲେ ରାଜ୍ ଠାକରେ...

Advertisment

ଯେଉଁ ଭାଇଙ୍କ ହାତ ଧରି ରାଜ ଠାକରେ ପୌର ନିର୍ବାଚନ ଲଢ଼ିଥିଲେ ଏବେ ସେହି ଭାଇକୁ ଦେଇଛନ୍ତି ସତ୍ତା ପାଇଁ ଧୋକା ।

ଯେଉଁ ଭାଇଙ୍କ ହାତ ଧରି ରାଜ ଠାକରେ ପୌର ନିର୍ବାଚନ ଲଢ଼ିଥିଲେ ଏବେ ସେହି ଭାଇକୁ ଦେଇଛନ୍ତି ସତ୍ତା ପାଇଁ ଧୋକା ।

raj and uddhav thackeray

raj and uddhav thackeray Photograph: (KANAK NEWS)

କନକ ବ୍ୟୁରୋ: କୁହାଯାଏ ରାଜନୀତିରେ କେହି କାହାର ଶତ୍ରୁ ନୁହେଁ, କେହି କାହାର ମିତ୍ର ବି ନୁହେଁ । ଆଉ ମହାରାଷ୍ଟ୍ର ରାଜନୀତିକୁ ନିରିଖେଇ ଦେଖିଲେ, ଏବେ ଏହି କଥାଟି ସତ ଭଳି ଅନୁମାନ ହେଉଛି । ଯେବେଠୁ ମହାରାଷ୍ଟ୍ରରେ ପୌର ନିର୍ବାଚନ ଶେଷ ହେଇଛି, ସେବେଠୁ ମହାରାଷ୍ଟ୍ର ରାଜନୀତିରି ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ଗୋଟିଏ ରୋଚକ କଥା ହେଲା, ଯେଉଁ ଭାଇଙ୍କ ହାତ ଧରି ରାଜ ଠାକରେ ପୌର ନିର୍ବାଚନ ଲଢ଼ିଥିଲେ ଏବେ ସେହି ଭାଇକୁ ଦେଇଛନ୍ତି ସତ୍ତା ପାଇଁ ଧୋକା ।

କଲ୍ୟାଣ-ଡୋମ୍ବିଭାଲି ନଗର ନିଗମରେ, ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ଏକନାଥ ସିନ୍ଦେଙ୍କ ଶିବସେନାକୁ ସମର୍ଥନ କରିଛି । ତେବେ ଏହି ନିଷ୍ପତ୍ତି ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । କାରଣ ରାଜ ଏବଂ ଉଦ୍ଧବ ମହାୟୁତି ବିରୁଦ୍ଧରେ ଏକାଠି ନିର୍ବାଚନ ଲଢ଼ିଥିଲେ, ଆଉ MNSର ଏହି ପଦକ୍ଷେପ ଠାକରେଙ୍କ ରାଗ ବଢ଼ାଇଛି । ବୁଧବାର କର୍ପୋରେଟରମାନଙ୍କ ସହିତ ଏକ ବୈଠକରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ଏବେ ପ୍ରଶ୍ନ ହେଉଛି MNSର ଏହି ପଦକ୍ଷେପ ଠାକରେ ଭାଇଙ୍କ ସମ୍ପର୍କକୁ ପୁଣି ଶେଷ କରିବ କି?

ଆହୁରି ପଢ଼ନ୍ତୁ : ସେ ଜଣେ ଚମତ୍କାର ବ୍ୟକ୍ତି, ଜଣେ ବନ୍ଧୁ : ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ, ନୂଆ ଚୁକ୍ତି ସମ୍ପର୍କରେ ଦେଲେ ସୂଚନା

ଜାଣିରଖିବା ଉଚିତ ଯେ, କଲ୍ୟାଣ-ଡୋମ୍ବିଭାଲି ମ୍ୟୁନିସିପାଲ୍ କର୍ପୋରେସନରେ କୌଣସି ଦଳ ବହୁମତ ହାସଲ କରିପାରି ନଥିଲା। ୧୨୨ ଆସନରୁ ବହୁମତ ପାଇଁ ୬୨ ଆସନ ଆବଶ୍ୟକ। ଏକନାଥ ସିନ୍ଦେଙ୍କ ଶିବସେନା ସେଠାରେ ସର୍ବାଧିକ ୫୩ ଆସନ ଜିତିଥିଲା। ସେହିପରି ବିଜେପି ୫୦ ଆସନ ଜିତିଥିଲା ଏବଂ ମହାରାଷ୍ଟ୍ର ନବ ନିର୍ମାଣ ସେନା ୫ଟି ଆସନ, ଉଦ୍ଧବ ଠାକରେ ଗୋଷ୍ଠୀ (UBT) ୧୧ଟି ଆସନ ଜିତିଥିଲା । ସେହିପରି ଶରଦ ପାୱାର ଗୋଷ୍ଠୀର NCP ଗୋଟିଏ ଆସନ ଜିତିଥିଲା। ଆଉ ଏଠାରେ ମେୟର ନିର୍ବାଚନ ପାଇଁ ରାଜ ଠାକରେ ଆଉ ସିନ୍ଦେ ହାତ ମିଳାଇଛନ୍ତି ।

ତେବେ ଏକନାଥ ସିନ୍ଦେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ MNS କାଉନସିଲରମାନଙ୍କୁ ପ୍ରଲୋଭିତ କରିଥିଲେ। ଏହି ସମୟରେ ରାଜ ଠାକରେଙ୍କ MNS ମଧ୍ୟ ହଠାତ୍ ସିନ୍ଦେକୁ ସମର୍ଥନ ଘୋଷଣା କରିଥିଲା। MNS ଦାବି କରୁଛି ଯେ ଏହି ନିଷ୍ପତ୍ତି ରାଜ ଠାକରେଙ୍କ ସମ୍ମତିରେ ନିଆଯାଇଛି। MNSର ସମର୍ଥନରେ, ଏକନାଥ ସିନ୍ଦେ ଗୋଷ୍ଠୀର ସଂଖ୍ୟା ୫୩ ରୁ ୫୮ କୁ ବୃଦ୍ଧି ପାଇଛି। ଏହା ସହିତ, ଶରଦ ପାୱାରଙ୍କ NCPର ଜଣେ କର୍ପୋରେଟର ମଧ୍ୟ ସିନ୍ଦେଙ୍କୁ ସମର୍ଥନ ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe