କନକ ବ୍ୟୁରୋ : ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ନିକଟରେ ବୃନ୍ଦାବନ ଯାଇଥିଲେ । ସେଠାରେ ସେମାନେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ରାଜ୍ ପ୍ରେମାନନ୍ଦ ମହାରାଜଙ୍କୁ ନିଜର ଗୋଟିଏ କିଡ୍ନି ଦେବା କଥା ମଧ୍ୟ କହିଥିଲେ । ଏହାକୁ ନେଇ ରାଜ୍ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଥିଲେ । ଯାହା ଉପରେ ବର୍ତ୍ତମାନ ସେ ନୀରବତା ଭାଙ୍ଗିବା ସହିତ ଘୃଣା କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି । ସେ ଟ୍ରୋଲର୍ସଙ୍କୁ ଜବାବ ଦେବା ପାଇଁ ନିଜର ଏକ୍ସ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏହି ପୋଷ୍ଟରେ ରାଜ୍ ଲେଖିଛନ୍ତି ଯେ, ‘ଆମେ କେତେ ଅଜବ ଦୁନିଆରେ ରହୁଛୁ । ଯେଉଁଠାରେ ଜଣେ ମଣିଷ ଅନ୍ୟ ଜଣେ ମଣିଷର ଜୀବନ ବଞ୍ଚାଇବା ପାଇଁ ନିଜ ଶରୀରର ଏକ ଅଂଶ ଦେବାକୁ ଚାହୁଛି, ସେଇଠି ଲୋକମାନେ ଏହାକୁ PR ଷ୍ଟଣ୍ଟ ବୋଲି କହୁଛନ୍ତି । ଯଦି ମାନବିକତା ଏକ ରଣନୀତି ତେବେ ସବୁ ଲୋକ ଏହାକୁ ଆପଣାନ୍ତୁ । ମୁଁ ଲୋକମାନଙ୍କ ଦ୍ୱାରା ଲଗାଯାଇଥିବା ଲେବଲଗୁଡ଼ିକୁ ବ୍ୟାଖ୍ୟା କରୁନାହିଁ ।’
/filters:format(webp)/kanak/media/media_files/2025/08/16/raj-2025-08-16-12-37-57.jpg)
ରାଜ୍ ଆହୁରି ମଧ୍ୟ ଲେଖିଛନ୍ତି ଯେ ମୋର ଅତୀତ ମୋର ବର୍ତ୍ତମାନର କାମକୁ ଲୁଚାଇ ପାରିବନାହିଁ । ମୋର ଯେଉଁ ଉଦ୍ଦେଶ୍ୟ ଅଛି, ତାହା ତୁମର ନିନ୍ଦୁକ ସ୍ୱଭାବ ସହିତ ନୁହେଁ । କମ୍ ସମାଲୋଚନା କର ଏବଂ ଅଧିକ ଭଲ ପାଅ । ତୁମେ କାହାର ଜୀବନ ମଧ୍ୟ ବଞ୍ଚାଇ ପାରିବ । ରାଧେ ରାଧେ...’ ରାଜଙ୍କ ଏହି ପୋଷ୍ଟ ଉପରେ ମଧ୍ୟ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । କେହି ତାଙ୍କର ପ୍ରଶଂସା କରୁଥିବା ଦେଖାଯାଉଛି ତେବେ ଆଉ କେହି ରାଜଙ୍କୁ ପୁଣିଥରେ ଟ୍ରୋଲ କରୁଥିବା ନଜର ଆସୁଛନ୍ତି । ସୂଚନାଯୋଗ୍ୟ ଯେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚି ରାଜ୍ କୁନ୍ଦ୍ରା କହିଥିଲେ କି ‘ମୁଁ ଦୁଇ ବର୍ଷରୁ ଆପଣଙ୍କୁ ଫଲୋ କରୁଛି । ଆପଣ ସମସ୍ତଙ୍କର ଇନ୍ସପିରେସନ୍ ଅଟନ୍ତି , ମୁଁ ଆପଣଙ୍କର ଅସୁବିଧାକୁ ଜାଣିଛି ଯଦି ଆପଣଙ୍କ କାମରେ କେବେ ଆସିପାରେ, ତେବେ ମୋର ଗୋଟିଏ କିଡ୍ନି ଆପଣଙ୍କ ନାମରେ...’ ସୂଚନାଯୋଗ୍ୟ ଯେ ଏହି ସମୟରେ ରାଜଙ୍କ ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ନଜର ଆସିଥିଲେ ।