ହିନ୍ଦୀ ସିନେମା ଜଗତର ଦମଦାର୍ ଚେହେରା ଦି ସୋ ମ୍ୟାନ୍ ରାଜ୍ କପୁରକୁ ଅବା କିଏ ନଜାଣେ । ଅଭିନେତାଜଣକ ସିନେମାରେ ଚରିତ୍ରକୁ ବାସ୍ତବ , ସମ୍ବେଦନଶୀଳ , ପରଫେକ୍ସସନ୍ ର ମସଲା ପକାଇ ଏମିତି ରାନ୍ଧୁଥିଲେ ଯେ ଅଭିନୟର ବାସ୍ନାରେ ସିନେପ୍ରେମୀଙ୍କ ପେଟ ପୁରିଯାଉଥିଲା । ସେ ଯେତେବେଳେ ନିର୍ଦ୍ଦେଶକଙ୍କ ଚୌକି ଉପରେ ବସୁଥିଲେ ସେ ପର୍ଯ୍ୟନ୍ତ ଥିଲେ ଯେ ପର୍ୟ୍ୟନ୍ତ ଗୋଟିଏ ଭଲ ସଟ୍ ତାଙ୍କୁ ମିଳୁନଥିଲା । ତାଙ୍କ ଆତ୍ମାକୁ ଶାନ୍ତି ଦେଲା ଭଳି ସଟ୍ ମିଳିଗଲେ ପ୍ୟାକ୍ ଅପ୍ ହେଉଥିଲା । ରାଜ୍ କପୁରଙ୍କ ଅନେକ ସ୍ମରଣୀୟ ସିନେମା ଭିତରୁ ଗୋଟିଏ ‘ମେରା ନାମ୍ ଜୋକର୍’ ଆଜି ବି ସିନେପ୍ରେମୀଙ୍କୁ ବାନ୍ଧି ରଖିବାରେ ସକ୍ଷମ ।

Advertisment

dsff

ଭାରତୀୟ ସିନେମା ଜଗତର କ୍ଲାସିକ୍ କଲ୍ଟ ‘ମେରା ନାମ୍ ଜୋକର୍’, ଦମଦାର୍ କାହାଣୀ , ଶାନଦାର୍ ଅଭିନୟ କିନ୍ତୁ ଫିଲ୍ମ ହେଲା ଫ୍ଲପ୍ । ୧୯୭୦ ର ଫ୍ଲପ୍ ସିନେମାରେ ସାମିଲ୍ ହୋଇଥିବା ଏହି ଫିଲ୍ମକୁ ପ୍ରସ୍ତୁତ ହେବା ପାଇଁ ବର୍ଷେ କି ୨ ବର୍ଷ ନୁହଁ ୬ ବର୍ଷ ସମୟ ଲାଗିଥିଲା । ରାଜ୍ କପୁରଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ ନାମୀଦାମୀ କାଷ୍ଟ୍ କୁ ନେଇ ପ୍ରସ୍ତୁତ ହୋଇଥିଲେ ବି କାହିଁକି ଫ୍ଲପ୍ ର ସାମ୍ନା କଲା ଆଜି ବି ସିନେପ୍ରେମୀଙ୍କ ମନରେ ଦ୍ବନ୍ଦ୍ବ ହୋଇରହିଛି ।  

fghgrfthg

ଏହି ରୋମାଣ୍ଟିକ୍ ଡ୍ରାମା ସିନେମା ଯାହାର କାହାଣୀରୁ ଆରମ୍ଭ କରି ନିର୍ଦ୍ଦେଶନା ସବୁ ଆରକେ ବ୍ୟାନର୍ ତଳେ ହୋଇଥିଲା । ରାଜ୍ କପୁର ସିନେମାରେ ରାଜୁ ଚରିତ୍ରରେ ନଜର ଆସିଥିଲେ । ଋଷି କପୁର୍ ସିନେମାରେ ଶିଶୁ କଳାକାର ରୂପେ ଅଭିନୟ କରିଥିବା ବେଳେ ମନୋଜ କୁମାର , ଧର୍ମେନ୍ଦ୍ର , ପଦ୍ମିନୀ , ସିମି ଗରେୱାଲ୍ , କେସେନିୟା ରୟାବିନକିନା , ଦାରା ସିଂ , ଓମ୍ ପ୍ରକାଶ , ରାଜେନ୍ଦ୍ର ନାଥ , ଅଚଲା ସଚଦେବ ଭଳି ଅଭିନେତା ନଜର ଆସିଥିଲେ । ଏହି ସିନେମା ଏତେ ବର୍ଷ ଧରି ଚାଲିବାର କାରଣ ଫିଲ୍ମର ଷ୍ଟାରକାଷ୍ଟ୍ ବହୁତ ବଡ ଥିଲା ଏବଂ ସମସ୍ତଙ୍କ ସମୟ ଏକ ସଙ୍ଗରେ ମ୍ୟାଚ୍ କରିବା କଷ୍ଟକର ଥିଲା । ରାଜ୍ କପୁର୍ ଏହି ସିନେମା ତିଆରି କରିବା ପାଇଁ ନିଜ ଘର ଏବଂ ଅନେକ ସମ୍ପତ୍ତିକୁ ବନ୍ଧା ମଧ୍ୟ ରଖିଥିଲେ । ଫିଲ୍ମ ରିଲିଜ୍ ହେଲା , ପ୍ରେକ୍ଷାଳୟରେ ପଡ଼ିଲା କିନ୍ତୁ କାହାଣୀ ଭଲ ଥିବା ସତ୍ତ୍ବେ ପୁରା ଫ୍ଲପ୍ ର ସାମ୍ନା କରିଲା । ଦର୍ଶକଙ୍କୁ କିଛି ଭିନ୍ନ କାହାଣୀ ପରସିବାର ଚକ୍କରରେ ରାଜ୍ କପୁର୍ ହିଁ କରଜରେ ବୁଡ଼ିଗଲେ । ଫିଲ୍ମ ଫ୍ଲପ୍ ଦୁଃଖ ରାଜ୍ ଙ୍କୁ ଏତେ ଘାରିଥିଲା ଯେ ସେ ବର୍ଷେ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଦୂରେଇ ରହିଲେ । କିନ୍ତୁ କୁହନ୍ତି ନା ପରିଶ୍ରମ କେବେ ବୃଥା ଯାଏନି । ପୁଅ ଋଷି କପୁର୍ ଏବଂ ଡିମ୍ପଲ୍ କପାଡ଼ିଆଙ୍କୁ ନେଇ ସେ ‘ବବି’ ସିନେମା ତିଆରି କଲେ । ବବି ୯୦ ଦଶକର ବ୍ଲକବଷ୍ଟର୍ ସିନେମାରେ ସାମିଲ୍ ହେଲା । 

rajkapoor

ମେରା ନାମ୍ ଜୋକର୍ ୧୯୭୦ ରେ ଫ୍ଲପ୍ ହେଲା , ସିନେମା ସମୀକ୍ଷକ କହିଲେ ଫିଲ୍ମଟି ୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଯେଉଁଥିପାଇଁ ଫ୍ଲପ୍ ର ସାମ୍ନା କଲା । କିଏ କହିଲେ ଡବଲ୍ ଇଣ୍ଟରଭାଲ୍ ପାଇଁ ମୁଭି ବୋରିଂ ହୋଇଗଲା । କିନ୍ତୁ ରଣଧୀର୍ କପୁର୍ କହିଥିଲେ , ସେତେବେଳେ ଜୋକର୍ କହିଲେ ଲୋକ ଥଟ୍ଟାମଜାକୁ ହିଁ ବୁଝୁଥିଲେ ଆଉ ସିନେମାରେ ଜୋକର୍ ଲୋକଙ୍କୁ କମେଡିର ତଡକା ଦେବା ବଦଳରେ ଜୀବନର ପ୍ରକୃତ ଉଦ୍ଦେଶ୍ୟ , ଭାବବିହ୍ବଳର ବାର୍ତ୍ତା ଦେଲା ସେଥିପାଇଁ ଲୋକ ବି ସିନେମା ଦେଖିବାକୁ ପସନ୍ଦ କଲେନାହିଁ । କିଛି ଲୋକ ସିନେମାର କାହାଣୀ ହିଁ ବୁଝିପାରିଲେନି , ଯେଉଁଥିପାଇଁ ମେରା ନାମ୍ ଜୋକର୍ ଫ୍ଲପର ଯନ୍ତ୍ରଣାରେ ଛଟପଟ ହୋଇଥିଲା । 

gfdgdgerfdg