କନକବ୍ୟୁରୋ :  ବର୍ଷା  କେଉଁଠି ବନ୍ୟା ପୁଣି କେଉଁଠି ମରୁଡ଼ି ଆଶଙ୍କା  ।  ପାଣି ପାଇଁ ଯନ୍ତ୍ରାଣା ଭୋଗୁଛି ଅଧା ଓଡ଼ିଶା ।  ଉତ୍ତର ଉପକୂଳ ଓଡ଼ିଶାରେ ବାରମ୍ବାର ବନ୍ୟା  ।  ଆଉ ଏପଟେ ଦକ୍ଷିଣ-ପୂର୍ବ ଉପକୂଳରେ ଜଳାଭାବ  ।  ଚାଷ ପାଇଁ ଆଶଙ୍କାରେ ଚାଷୀ  ।  ନିଅଣ୍ଟିଆ ବର୍ଷା ଯୋଗୁଁ  ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ଓ କଳାହାଣ୍ଡିରେ ଧାନ ଚାଷ ପ୍ରଭାବିତ ହୋଇଛି   ।

Advertisment

 କେବେ ଅଦିନିଆ ବର୍ଷା ତ କେବେ ନିଅଣ୍ଟିଆ ବର୍ଷା, ଚାଷୀ ପାଇଁ କାଳ ସାଜିଛି  ।  ଚାଷୀ ପାଣିକୁ ଅନେଇ ବସିଥିବା ବେଳେ ଅଗଷ୍ଟ ମାସର ବର୍ଷାକୁ ନେଇ ଆଇଏମ୍‌ଡିର ଆକଳନ ହୋସ୍‌ ଉଡାଇ ଦେଇଛି  ।  ଗଜା ମରୁଡ଼ି ହେବାର ଆଶଙ୍କା ସୃଷ୍ଟି ହୋଇଛି  ।  ସେପଟେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ ଓ କୋରାପୁଟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।  ବାଲେଶ୍ୱରରେ ଯଦିଓ ବର୍ଷା ଅଧିକ ହୋଇନାହିଁ , କିନ୍ତୁ ମାସକ ଭିତରେ ୩ରୁ ୪ ଥର ବନ୍ୟା ଆସି ଲୋକଙ୍କୁ ନାକେଦମ୍‌ କରିଛି ।