କନକ ବ୍ୟୁରୋ:  ସକ୍ରିୟ ମୌସୁମୀ ଯୋଗୁଁ ବାହୁଡ଼ାରେ ବର୍ଷା ହେବ। ରାଜ୍ୟରେ ବର୍ଷାର ପ୍ରକୋପ ଆସନ୍ତା ୭ ତାରିଖ ଯାଏଁ ଜାରି ରହିବ । ଆଜି ସକାଳ ୮ଟା ୩୦ ଯାଏଁ ରାଜ୍ୟର ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, କଳାହାଣ୍ଡି, ସୋନପୁର, ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୭ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

Advertisment

ସେହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସ୍ଥାନେ ସ୍ଥାନେ ୭ରୁ ୨୦ ସେଣ୍ଟିମିଣ୍ଟର ଯାଏ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୫ରୁ ୭ ତାରିଖ ଯାଏଁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।