କନକବ୍ୟୁରୋ : ଅଦିନିଆ ବର୍ଷାରେ ଉଜୁଡିଗଲା ସୁନାର ଫସଲ, ବର୍ଷଯାକର ପରିଶ୍ରମ ପାଣିରେ ଭାସୁଥିବା ବେଳେ ଚିନ୍ତାରେ ଚାଷୀ। ପ୍ରତିବାଦର ସ୍ବରକୁ ପୋଷ୍ଟରରେ ଲେଖି ପ୍ରଶାସନକୁ ଦୁଃଖ ଜଣାଇଲେ ଚାଷୀ । ପୁରୀ କୃଷ୍ଣପ୍ରସାଦ ଶିଆଳ ପଞ୍ଚାୟତର ପୁଟୁ ମୋରଡା ଗାଁରେ ଲଘୁଚାପ ବର୍ଷା କାରଣରୁ ଚିନାବାଦମ ଚାଷ ପ୍ରଭାବିତ ହୋଇଛି  । 

Advertisment

ବିଲରେ ପାଣି ଜମି ରହିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି । ଏଭଳି ସ୍ଥିତିରେ ଚାଷୀ ମାନେ ସରକାରୀ ସ୍ତରରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି। ଏନେଇ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଜିନୁ ପଲେଇ । ପାଚିଲା ଧାନ ବିଲରେ ଲହଡି ଭାଙ୍ଗୁଛି ବର୍ଷା ପାଣି। ଚାଷୀ ବର୍ଷକର ଆହରକୁ ପାଣିରେ ଭାସୁଥିବା ଦେଖି ଛାତି ଫାଟି ଯାଉଛି  । 

କେମିତି ସୁଝିବେ କରଜ ଟଙ୍କା, ସେନେଇ ଚିନ୍ତାରେ ଧାନ ଚାଷୀ । ଯାହା ଥିଲା ପୁଣି ଲଘୁଚାପ ବର୍ଷା ସବୁ ସାରି ଦେଇଛି। ଏବେ ଅମଳ ସମୟରେ ଚାଷୀର ବର୍ଷକର ଭାତହାଣ୍ଡିରେ ଲହଡି ମାରୁଛି ବର୍ଷା ପାଣି  ।  କେଉଁଠି ଧାନ ପାଣିରେ ପଡି ପଚି ସଡି ନଷ୍ଟ ହେଉଛି ତ ଆଉ କେଉଁଠି ବର୍ଷା ଯେଗୁଁ ଧାନ ବିଲରେ ଗଜା ହୋଇଛି। କଟକ ଜିଲ୍ଲା ନିଆଳି ବ୍ଲକ କସର୍ଦା ପଂଚାୟତରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ ।

ଏହି ପଂଚାୟତରେ ପ୍ରାୟ ୭୦ ଭାଗ ଲୋକ ଧାନ ଚାଷ କରିଥିଲେ । ଚଳିତ ବର୍ଷ ଭଲ ଫସଲ ହୋଇଥିଲା । ଚାଷୀ ଭାବିଥିଲା ଧାନ ବିକ୍ରୀ କରି ସବୁ ଆଶା ପୂରଣ ହେବ। ଚାଷୀର ଆଶାକୁ ଦଇବ ସାଜିଲା ଦାଉ ।  ଚାଷୀ ଆଖି ଆଗରେ ବର୍ଷକର ଫସଲ ଉଜାଡି ଦେଲା ଲଘୁଚାପ ବର୍ଷା । ସେପଟେ କୁଷି ଅଧିକାରୀ ଚାଷୀଙ୍କ ନିକଟରେ ପହଁଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି ।