କନକ ବ୍ୟୁରୋ : ବଦଳୁଥିବା ଜଳବାୟୁ କାରଣରୁ ଭାରତର ଉତ୍ତର ଓ ପୂର୍ବ ରାଜ୍ୟଗୁଡିକରେ ବିଶାକ୍ତ ସାପଙ୍କ ଭୟ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଏକ ଅଧ୍ୟୟନ ଏବେ ପ୍ରଥମଥର ପାଇଁ ଆସିଛି, ଯେଉଁଥିରେ ଦାବି କରାଯାଇଛି କି, ତାପମାତ୍ରା ଓ ଆଦ୍ରତା ବୃଦ୍ଧି କାରଣରୁ ସାପଙ୍କ ପାଇଁ ପରିବେଶ ଅନୁକୁଳ ହେଉଛି । 

Advertisment

ଭାରତରେ ମଣିଷଙ୍କୁ କାମୁଡୁଥିବା ସାପଙ୍କୁ ୪ ଟି ପ୍ରଜାତିରେ ବିଭକ୍ତ କରାଯାଇଛି, ସେମାନଙ୍କୁ ବିଗ ଫୋର ବୋଲି କୁହାଯାଏ । ରସେଲ ଭାଇପର, ଏକ୍ସିସ କୈରିନେଟସ ଓ ଇଣ୍ଡିଆନ କୋବ୍ରା ସାମିଲ ଅଛି । ଏକ ଅଧ୍ୟୟନ ମୁତାବକ ହରିଆଣା,ରାଜସ୍ଥାନ ଓ ଆସାମ ଭଳି ରାଜ୍ୟରେ ଏଭଳି ସାପ ସଂଖ୍ୟା ବୃଦ୍ଧି ପାଇଁ ପରିବେଶ ବେଶ୍ ଅନୁକୁଳ ରହିଛି । 

ଆସାମ ଏଗ୍ରିକଲଚର ୟୁନିଭରସିଟି ଓ କୋରିଆ ପୁକୟୋଗ ନ୍ୟାସନାଲ ୟୁନିଭରସିଟିର ମିଳିତ ଅଧ୍ୟୟନ କହିଛି କି, ଉତ୍ତର ଓ ପୂର୍ବ ଭାରତରେ ମଧ୍ୟ ସାପ ସଂଖ୍ୟା ବଢିବା ଆଶଂଙ୍କା ଶତ ପ୍ରତିଶତ ବୃଦ୍ଧି ପାଇଛି । ୨୦୦୦ ରୁ ୨୦୧୯ ମଧ୍ୟରେ ଭାରତରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ୧୨ ଲକ୍ଷରୁ ଅଧିକ । ମିଲିୟନ ଡେଥ୍ ଷ୍ଟଡି ମୁତାବକ ଭାରତରେ ସର୍ବାଧିକ ୯୭ ପ୍ରତିଶତ ଗ୍ରାମାଞ୍ଚଳ ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥାଏ । 

କର୍ଣ୍ଣାଟକର ଚିକବଲ୍ଲାପୁର, ହାବେରୀ ଓ ଚିତ୍ରଦୁର୍ଗ, ଗୁଜରାଟର ଦେବଭୂମି ଦ୍ୱାରକା ଓ ଜାମନଗର ଭଳି ଜିଲ୍ଲାରେ ସାପ ବିପଦ ସବୁଠାରୁ ଅଧିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ସାପ କାମୁଡା ଏକ ନେଗଲେକଟେଡ ଟପିକାଲ ଡିଜିଜ୍ । 

ସେପଟେ ଏହି ଅଧ୍ୟୟନ ଜଳବାୟୁ ପରିବର୍ତ୍ତନକୁ ଭିନ୍ନ ଭିନ୍ନ ପରିଦୃଶ୍ୟ ଆଧାରେ ବିଗ୍ ଫୋର ସାବ ସଂଖ୍ୟା ବୃଦ୍ଧିକୁ ନେଇ ଏକ ମଡେଲ ପ୍ରସ୍ତୁତ କରାଯାଇଛି । ଏହାସହ ଦେଶ ଓ ରାଜ୍ୟ ପାଇଁ ସାପ କାଟିବା ବାବଦରେ ଏକ ପରିସଂଖ୍ୟାନ ପ୍ରସ୍ତୁତ କରାଯାଇଛି ।