କନକ ବ୍ୟୁରୋ: ବାତ୍ୟା ପରେ ଚିନ୍ତା ବଢାଇଛି ବର୍ଷା । ବାତ୍ୟା ଯିବା ପରେ ଆରମ୍ଭ ହୋଇଛି ବର୍ଷା ବିତ୍ପାତ। ବାତ୍ୟା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷା ହେଉଛି । ଆଜି ପାଇଁ ମୟୂରଭଞ୍ଜ ଓ ବାଲେଶ୍ବରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଗାଣ ବର୍ଷା ପ୍ରଭାବରେ ଉତ୍ତର ଓଡିଶାର ୪ ଜିଲ୍ଲାରେ ସ୍ଥିତି ସଙ୍ଗୀନ୍ ହୋଇଛି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଛି। ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଗାଣ ବର୍ଷା ପରେ ଏବେ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଦେଖାଦେଇଛି। ତେବେ ନଜର ପକାନ୍ତୁ
କେଉଁ ଜିଲ୍ଲାରେ ହୋଇଛି କେତେ ବର୍ଷା ?
ବାଲେଶ୍ୱର
---------
ଔପଦା- ୨୪୦ ମିମି
ଖଇରା- ୨୦୯ ମିମି
ନୀଳଗିରି- ୧୪୦ ମିମି
ସିମୁଳିଆ ଓ ବାଲେଶ୍ୱର- ୧୧୪ ମିମି
ରେମୁଣା- ୧୦୯ ମିମି
ଭଦ୍ରକ
---------
ଧାମନଗର- ୨୧୫ ମିମି
ଭଣ୍ଡାରିପୋଖରୀ- ୨୦୮ ମିମି
ଚାନ୍ଦବାଲି- ୧୯୭ ମିମି
ବନ୍ତ- ୧୮୭ ମିମି
ଭଦ୍ରକ- ୧୬୧ ମିମି
ମୟୂରଭଞ୍ଜ
---------
ଉଦଳା- ୧୪୧ ମିମି
ବଡସାହି- ୧୧୨ ମିମି
ଯାଜପୁର
-------
ଦଶରଥପୁର- ୧୯୬ ମିମି
ବରି- ୧୪୬ ମିମି
ଯାଜପୁର- ୧୪୩ ମିମି
ବିଞ୍ଝାରପୁର- ୧୧୦ ମିମି
କେନ୍ଦ୍ରାପଡା
---------
ରାଜକନିକା- ୧୫୧ ମିମି
ଆଳି- ୧୨୩ ମିମି
କଟକ
------
କଣ୍ଟାପଡା- ୧୪୬ ମିମି
ନିଶ୍ଚିନ୍ତକୋଇଲି- ୧୩୩ ମିମି
କଟକ- ୧୩୭ ମିମି
ସାଲେପୁର- ୧୧୦ ମିମି