କନକ ବ୍ୟୁରୋ:  ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ଉତ୍ତରାଖଣ୍ଡ ଭଳି ଜଳ ପ୍ରଳୟର ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ଘର ଭିତରେ ବି ପାଣି ପଶି ଯାଇଛି, କାର ବୁଡି ରହିଛି। କେତେକ ସ୍ଥାନରେ ରାସ୍ତା ଓ କଲଭେର୍ଟ ଉଭୟ ଭାସିଯାଇଛି।  ଅନେକ ସ୍ଥାନରେ ରାସ୍ତା ଉପରେ ବିରାଟ କାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି ।  ମୋହନା ବ୍ଲକର ପାପାଏଜୁ ଗାଁ ନିକଟ ଘାଟିର ଦୁର୍ଗମ ପାହାଡ଼ରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଖସିଛି। ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
 
ପ୍ରବଳ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଳାରେ ସ୍ଥିତି ବେହାଲ ହୋଇଛି। ଅବପାତ ପ୍ରଭାବରେ ଜିଲ୍ଲାରେ ଲାଗି ରହିଛି ବର୍ଷା । କୋରାପୁଟ ରାୟଗଡ଼ାକୁ ସଂଯୋଗ କରୁଥିବା ବଙ୍ଗଳାଗୁଡା ପୋଲ ଉପରେ ପାଞ୍ଚ ଫୁଟ୍‌ର ପାଣି ପ୍ରବାହିତ ହେଉଛି।.. ଡୁମୁରିପୁଟ ଦାମନଯୋଡି ରେଳ ଧାରଣା ଉପରେ ଖସିପଡିଛି ପଥର । 
 
ରେଡୱାର୍ଣ୍ଣିଂ ଜାରି ହୋଇଥିବ ଜଗତସିଂହପୁର ଜିଲ୍ଲାରେ ତାଣ୍ଡବ ରଚିଛି ବର୍ଷା । ଗତକାଲି କଟକରେ ଭାଂଗିଥିବାବେଳେ ଆଜି ଜଗତସିଂହପୁରର ବାଲିକୁଦା ବଜାରରେ ନିର୍ମାଣ ହୋଇଥିବା ଦୁର୍ଗାପୂଜା ତୋରଣ ଭାଂଗି ପଡିଛି । ଏଥିରେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଗଞ୍ଜାମ ଜିଲ୍ଳାରେ ମଧ୍ୟ ନିର୍ଘାତ ଛେଚିଛି । ଲଗାଣ ବର୍ଷା ଓ ପବନରେ ଭାଂଗି ପଡିଛି ବଡ ବଡ ଗଛ ।  ପୁରୀ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି ।  

Advertisment